ନକଲି ଶିକ୍ଷାଧିକାରୀ ଗିରଫ, ଟାର୍ଗେଟ୍ରେ ଥିଲା ବିଭିନ୍ନ ସ୍କୁଲ ଏବଂ ଅଙ୍ଗନଓ୍ୱାଡି
1 min readନିଜକୁ ଶିକ୍ଷାଧିକାରୀ ବୋଲି ପରିଚୟ ଦେଇ ଲୁଟୁଥିଲେ ଟଙ୍କା । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ବିଭିନ୍ନ ସ୍କୁଲ ଏବଂ ଅଙ୍ଗନଓ୍ୱାଡି କେନ୍ଦ୍ର ଥିଲା ଟାର୍ଗେଟରେ । ଅତି ଚାଲାଖି କରି ଟଙ୍କା ଲୁଟ୍ କରି ଖସି ଯାଉଥିଲେ ।
ନିଜକୁ ଶିକ୍ଷାଧିକାରୀର ପରିଚୟ ଦେଇ ବିଭିନ୍ନ ସମୟରେ ଆସି ଟଙ୍କା ହଡପ କରୁଥିଲେ । ନକଲି ଶିକ୍ଷାଧିକାରୀ ଜଣକ ହେଉଛନ୍ତି କୋଲନରା ବ୍ଲକ ଖେଦାପଡା ଗାଁର ଭୀମ ଗଣ୍ଟା । ଗତକାଲି ସରତେଲି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଯାଇ ଖାତା ଖତିଆନ ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ବହୁ ଅନିୟମିତତା ଥିବା କହି ଅର୍ଥ ଦାବି କରିଥିଲେ ।
ପରେ ସ୍କୁଲରେ ମଧ୍ୟ ଅନିୟମିତତା ଥିବା କହି କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ଠାରୁ ମଧ୍ୟ ୫ ହଜାର ଟଙ୍କା ଦାବି କରିଥିଲେ । ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ଗ୍ରାମବାସୀ ମାନେ ସେହି ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଏନେଇ ବିଷମକଟକ ପୋଲିସ ସେହି ନକଲି ଶିକ୍ଷାଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ')}