ପାରାଦୀପ ରାଡାର ପଏଣ୍ଟରେ ସ୍ପଷ୍ଟ ହେଲା ବାତ୍ୟା ‘ଦାନା’ର ଆଖି

ଭୁବନେଶ୍ବର: ସମୟ ଗଢ଼ିବା ସହ ଭୟଙ୍କର ରୂପ ନେଉଛି ବାତ୍ୟା ‘ଦାନା’ । ସମୁଦ୍ର ଭିତରେ ରୂଦ୍ର ରୂପ ଧାରଣ କରିବା ସହ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ବଢ଼ିବାରେ ଲାଗିଛି । ଆଉ ସମୁଦ୍ର ମଧ୍ୟରେ ଉଚ୍ଚା ଢେଉ ଆସିବାରେ ଲାଗିଛି । ଏହାରି ଭିତରେ ବାତ୍ୟା ‘ଦାନା’ର ଆଖି ଦେଖାଯାଇଛି ।

ପରାଦୀପ ରାଡାରରେ ସ୍ପଷ୍ଟ ହୋଇଛି ବାତ୍ୟା ‘ଦାନା’ର ଆଖି । ପ୍ରଥମ ଥର ବାତ୍ୟାର ଆଖି ପଏଣ୍ଟ ହୋଇଛି । ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ କରିବ ଲ୍ୟାଣ୍ଡଫଲ୍ । ଭଦ୍ରକର ଚାନ୍ଦାବାଲିରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ରହିବ ।