spot_img

Latest Posts

ପ୍ରବଳ ବର୍ଷାରେ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି

ଜଗତସିଂହପୁର: ଲଘୁଚାପ ଜନିତ ବର୍ଷାରେ ବେହାଲ ଜଗତସିଂହପୁର। ଜିଲ୍ଲାର ତଳିଆ ଅଞ୍ଚଳ ବାଲିକୁଦା କୃଷ୍ଣଦାଶପୁର ପଞ୍ଚାୟତ ଓ ସଂଗ୍ରାମପୁର ପଞ୍ଚାୟତ, ଗୋଡ଼ା, ଭଜାଖିଆ, ମରିଚିପୁର ପଞ୍ଚାୟତ ଧନୁହରବେଲାରି, କେରବେଲାରି ଅଞ୍ଚଳ ସେହିପରି ଏରସମା ବ୍ଲକ ଆମ୍ବକୀପଞ୍ଚାୟତର ଅନେକ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି। ଘର ଭିତରେ ପାଣି ପଶିଯାଇଥିବା ବେଳେ ଲୋକ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଲିଛି।

ଏହାସହ ଲୁଣା ଘେରିରେ ହୋଇଥିବା ସୁଇସ ଗେଟ ଗୁଡିକ ମେଲା ରହିଥିବାରୁ ହଣ୍ଡୁଆ ନଦୀର ପାଣି ସେପଟେ ପଶି ଆସୁଥିବା କୁହାଯାଉଛି। ଜିଲ୍ଲାରେ ବାଲିକୁଦାରେ ୨୨୦ ମିମି ବର୍ଷା ହୋଇଥିବା ବେଳେ ନାଉଗାଁରେ ୧୪୫, ବିରିଡିରେ ୧୧୫, ରଘୁନାଥପୁର ୧୧୨, କୁଜଙ୍ଗ ୧୧୦, ଜଗତସିଂହପୁର୧୦୪, ଏରସମା ୯୫ ଓ ତିର୍ତ୍ତୋଲରେ ୫୫ ମିମି ବର୍ଷା ହୋଇଛି। ଏରସମା ବ୍ଲକ ପ୍ରଶାସନ ଓ ବାଲିକୁଦା ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଗସ୍ତ କରି ସମସ୍ୟା ବୁଝିବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।

Latest Posts

Don't Miss