ପରିକୀୟା ପ୍ରୀତିରେ ନୂଆ ଟ୍ୱିଷ୍ଟ: ନିର୍ଯାତନା ଦିଆଯିବା ସହ ସଂପର୍କୀୟ ଯୁବକଙ୍କ ସହିତ ଜୋରଜବରଦସ୍ତ ବିବାହ କରାଯାଇଥିବା ମହିଳା କଲେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାକୁରଗଡ଼ ଥାନା ଅଞ୍ଚଳରେ ପରକୀୟା ପ୍ରୀତିରେ ନୂଆ ଟ୍ୱିଷ୍ଟ । ପରକୀୟା ପ୍ରୀତି କହି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଯୁବକଙ୍କ ସହ ବିବାହ କରାଇଦେବା ଘଟଣା ଏବେ ଥାନାରେ ପହଞ୍ଚିଛି । ତାଙ୍କୁ ନିର୍ଯାତନା ଦିଆଯିବା ସହ ସଂପର୍କୀୟ ଯୁବକଙ୍କ ସହିତ ଜୋରଜବରଦସ୍ତ ବିବାହ କରାଯାଇଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତରେ ପୋଲିସ ୮ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ମହିଳାଙ୍କ ପୂର୍ବ ଶ୍ୱଶୁର, ଶାଶୂ, ସ୍ୱାମୀ ଓ ଦେଢଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମହିଳାଙ୍କ ଅଭିଯୋଗ ମୁତାବକ ରବିବାର ସଂପର୍କୀୟ ଅପାଙ୍କ ପୁଅ ସ୍ଥାନୀୟ ଅଞ୍ଚଳକୁ ବ୍ୟବସାୟ କାମରେ ଆସି ଆଉ ଫେରିପାରିନଥିଲେ । ରାତି ହୋଇଯିବାରୁ ଫେରି ନପାରି ମହିଳାଙ୍କ ଘରେ ରହିବାକୁ ପଡିଥିଲା ।

ସେ ଯୁବକଙ୍କୁ ଖାଇବାକୁ ଦେଉଥିବା ସମୟରେ ଶୂଶୁର ବାହାରପଟୁ ତାଲା ପକାଇ ଦେଇଥିଲେ । ଯେତେ ଡାକିଲେ ମଧ୍ୟ କବାଟ ଖୋଲି ନଥିଲେ । ପ୍ରାୟ ୩ ଘଣ୍ଟା ପରେ ଅନ୍ୟମାନଙ୍କ ସହାୟତାରେ ଶ୍ୱଶୂର ଯୁବକଙ୍କୁ ଏକ ଦଉଡ଼ିରେ ବାନ୍ଧି ଆକ୍ରମଣ କରିଥିଲେ । ପ୍ରବଳ ମାଡ଼ ମଧ୍ୟ ମାରିଥିଲେ । ପୂର୍ବରୁ ଶାଶୂଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବାବେଳେ ଏବେ ମିଛ ପରକୀୟା ପ୍ରୀତିରେ ପ୍ରସଙ୍ଗରେ ଫସାଇ ନିର୍ଯାତନା ଦେବା ସହ ଗାଁରେ ବୈଠକ କରି ଜୋର ଜବରଦସ୍ତ ସଂପର୍କୀୟ ଯୁବକଙ୍କ ସହିତ ବିବାହ କରାଇଥିବା ମହିଳା ଜଣକ ଅଭିଯୋଗରେ କହିଛନ୍ତି । ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଠାକୁରଗଡ଼ ଆଇଆଇସି କହିଛନ୍ତି ।

ଫେସବୁକ୍ ପ୍ରେମ: ଛେଚା ଖାଇଲେ, ହାତ ଧରିଲେ

Leave a Reply