ଫେସବୁକ୍ ପ୍ରେମ: ଛେଚା ଖାଇଲେ, ହାତ ଧରିଲେ

Extra Marital affairs youth married 3 years child mother in angul

ଅନୁଗୁଳ: ପରକିୟା ପ୍ରୀତିରୁ ପଡ଼ିଲା ହାତଗଣ୍ଠି । ଫେସବୁକ ପ୍ରେମରୁ ହେଲା ପରିଣୟ । ଅନୈତିକ ସମ୍ପର୍କ ରଖିବାକୁ ଯାଇ ନିର୍ଧୁମ ଛେଚା ଖାଇଲେ, ହାତ ଧରିଲେ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଟାପଢୋଲ ଅଞ୍ଚଳର ଏ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ଟାପଢୋଲ ଅଞ୍ଚଳର ଜଣେ ବିବାହିତା ମହିଳା ୩ ବର୍ଷର ପୁଅ ଓ ଶାଶୂ, ଶ୍ୱଶୁରଙ୍କ ସହ ଗାଁରେ ରହୁଥିବା ବେଳେ ସ୍ୱାମୀ ବାହାରେ । ଏହାରି ଭିତରେ  ମହିଳା ଜଣଙ୍କ ଫେସବୁକରେ କିଶୋରନଗର ବ୍ଲକ ଉରୁକୁଳା ଗାଁର ଜଣେ ଯୁବକଙ୍କ ସହ କଥା ହେଉଥିଲେ । ଧୀରେ ଧୀରେ ଫେସବୁକ ବନ୍ଧୁତା ପାଲଟିଥିଲା ପ୍ରେମ ସମ୍ପର୍କ ।ସମ୍ପର୍କ ଘନିଷ୍ଠ ହେବା ସହ ଦିନ ବିତି ଚାଲିଥିଲା । ଗତ ରବିବାର ରାତିରେ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସିଥିଲେ । ଯୁବକଙ୍କୁ ଘର ଭିତରକୁ ନେଇ ଯାଇଥିଲେ ମହିଳା । ତେବେ, ବିଳମ୍ବିତ ରାତିରେ ମହିଳାଙ୍କ ଶ୍ୱଶୁର ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ପରେ ଶ୍ୱଶୁର ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ ଦେଇ ଘରର ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ ।

ଏହାପରେ ଯୁବକ ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ ସମସ୍ତେ । ପରେ ଘଟଣାର ଆପୋସ ସମାଧାନ କରାଯାଇଛି । ମହିଳାଙ୍କ ସହ ଯୁବକଙ୍କ ବିବାହ କରାଯାଇଛି । ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

Leave a Reply