spot_img

Latest Posts

ଅଣ୍ଡା ଭିତରୁ ବାହାରିଲେ ନାଗ ଛୁଆ, ଦେଖନ୍ତୁ ଭିଡ଼ିଓ…

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପିଢ଼ପାଟଣା ଗ୍ରାମର ଅଣ୍ଡା ଉଦ୍ଧାର ହେବା ଘଟଣାରେ ଅଣ୍ଡା ଭିତରୁ ବାହାରିଲେ ନାଗ ଛୁଆ। ୨୧ଟି ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟେଇ ଅଣ୍ଡାରୁ ଛୁଆ ସାପ ବାହାର କରିଥିଲେ। ଡେଲାଙ୍ଗ ରେଞ୍ଜ ଅଫିସରଙ୍କ ଅନୁମତି କ୍ରମେ ୨୦ଟି ନାଗ ଛୁଆଙ୍କୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଥିଲା ।

ସୂଚନା ଅନୁସାରେ ଗତ ମେ ମାସରେ ପିଢ଼ପାଟଣାରେ ପ୍ରକାଶ ପରିଡାଙ୍କ ଘର କାମ ପାଇଁ ଖୋଳିବା ବେଳେ ଏକ ସ୍ଲାବ ତଳେ କିଛି ନାଗ ସାପ ପଶିଥିବା ଦେଖିଥିଲେ। ସ୍ନେକ ହେଲ୍ପ ଲାଇନ ଖବର ଦେବା ପରେ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ସ୍ଲାବ ତଳୁ ଏକ ନାଗ ସାପ ଏବଂ କିଛି ଅଣ୍ଡା ପାଇଥିଲେ। ସାପଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିବା ପରେ ଅଣ୍ଡା ଗୁଡିକୁ ଏକ କାର୍ଟୁନରେ ରଖିଥିଲେ। ଶ୍ରମିକ ମାନଙ୍କ ଅନୁରୋଧ କ୍ରମେ ସେହି ସ୍ଥାନରେ ଅଧିକ ଖୋଜା ଖୋଜି କରିବା ପରେ ଆଉ ୨ଟି ନାଗ ସାପ ଉଦ୍ଧାର କରିଥିଲେ।

 

ଅପରପକ୍ଷେ ୨୩ରୁ ୨୬ ଦିନ ଭିତରେ ଦୁଇଟି ପର୍ଯ୍ୟାୟରେ ୨୧ରୁ ୨୦ଟି ଅଣ୍ଡା ଫୁଟିଥିଲା। ଗୋଟିଏ ଅଣ୍ଡା କୌଣସି କାରଣବଶତଃ ନଷ୍ଟ ହୋଇଥିଲା । ବର୍ତ୍ତମାନ ସାପ ମାନଙ୍କର ପ୍ରଜନନ ଋତୁ ର ଶେଷ ପର୍ଯ୍ୟାୟ ଚାଲିଅଛି । ଏଣୁ ସାରା ରାଜ୍ୟରେ ନାଗ ବା ତମ୍ପ ସାପ ଅଣ୍ଡା ଫୁଟିବା ଆରମ୍ଭ ହେଇ ଯାଇଥିବ। ତେଣୁ ଜନସାଧାରଣ ନିଜର ଘର ଏବଂ ବାଡ଼ି ବଗିଚା ସଫା ରଖିବାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଅପିଲ କରଯାଇଛି।

Latest Posts

Don't Miss