ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଓ ପରୀକ୍ଷା ବନ୍ଦ
1 min read
ଭୁବନେଶ୍ୱର: ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ । ସବୁ କ୍ଲାସ୍ ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅଫଲାଇନ୍ ପରୀକ୍ଷା ଓ କ୍ଲାସ୍ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ଆଜିଠୁ ସବୁ ହଷ୍ଟେଲ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
— Higher Education Department, Govt. of Odisha ?? (@DHE_Odisha) April 16, 2021
ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ରହିଛି । ଠିକ୍ ସମୟରେ ଯେପରି ପାଠ୍ୟକ୍ରମ ସରିବ ଧ୍ୟାନ ଦିଆଯିବ । କୁଳପତି ଓ ଅଧ୍ୟକ୍ଷଙ୍କ ପରାମର୍ଶ ପରେ ସଂଶୋଧିତ ପରୀକ୍ଷା ସୂଚୀ ବାହାରିବ । ଏହା ସହିତ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ ।