ବାଲି ମାଫିଆ କୃପାସିନ୍ଧୁ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ସହଯୋଗୀ

1 min read

ଗଞ୍ଜାମ : ଆହୁରି ବଢ଼ିଲା ବାଲି ମାଫିଆ କୃପାସିନ୍ଧୁ ମୁଦୁଲିର ଅଡ଼ୁଆ । କୃପାସିନ୍ଧୁଙ୍କର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କର ପୂର୍ବତନ ସହଯୋଗୀ ସୁଦର୍ଶନ ଶତପଥୀ  । ଖାଲି ବାଲି ଚୋରାଚାଲାଣ ନୁହେଁ ଗଞ୍ଜାମରେ ଗୁଣ୍ଡାଗିରି ଚଳାଇଥିଲା କୃପାସିନ୍ଧୁ । ଏନେଇ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନାରେ ସୁଦର୍ଶନଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି  ।  କୃପାସିନ୍ଧୁ ମୁଦୁଲି ସମେତ ପାଞ୍ଚ ଜଣଙ୍କ ନାମରେ ହତ୍ୟା ଧମକ , ବିଚ ରାସ୍ତାରେ ମାଡ଼ ମାରିବା, ଠକାମି ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ସୁଦର୍ଶନ ଓ କୃପାସିନ୍ଧୁ ପାର୍ଟନର ହୋଇ ବାଲି ବେପାର କରୁଥିଲେ  ।

ଥରେ ପଢନ୍ତୁ ଏହି ଖବର : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

Odisha River Sand Overview 2020: Another mining ravaged state – SANDRP

ମାତ୍ର ସୁଦର୍ଶନଙ୍କର ପାଖରୁ କୋଟିଏରୁ ଅଧିକ ଟଙ୍କା ନେଇ ଫେରାଇନଥିଲା କୃପାସିନ୍ଧୁ । ଟଙ୍କା ମାଗିଲେ ମାରି ଦେବାକୁ ଧମକ ଦେଉଥିଲା  । ଏହାଛଡ଼ା ମାଡ ମଧ୍ୟ ମାରିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନ  । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । କୃପାସିନ୍ଧୁ ଓ ତାର ସହଯୋଗୀଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ । ରିମାଣ୍ଡରେ ପଚରାଉଚରା ପରେ କୃପାସିନ୍ଧୁ ଅପରାଧିକ ଦୁନିଆର ପର୍ଦ୍ଦଫାସ ହେବ  । ବାଲି ଚୋରାଚାଲାଣ ମାମଲାରେ ଏବେ ଗିରଫ ହୋଇ ଜେଲରେ ଅଛି କୃପାସିନ୍ଧୁ  । ନକଲି ଓ୍ବାଇଫର୍ମ, ତହସିଲଦାରଙ୍କ ଜାଲ ଦସ୍ତଖତ ଓ ଷ୍ଟାମ୍ପକୁ ନକଲି କରି ଚୋରା ବାଲି କାରବାର ଚଳାଇଥିଲା କୃପାସିନ୍ଧୁ । କୃପାସିନ୍ଧୁ ଓ ତାର ସହଯୋଗୀଙ୍କୁ ପୋଲିସ ଗିରଫ କରି ଜେରା କରିବା ସହ ସେମାନଙ୍କ ମୁହଁରୁ ସତ ଆଦାୟ କରିଛି  । ଆଗକୁ ଆହୁରି ୨ଦିନ ରିମାଣ୍ଡରେ ନେବାକୁ ପୋଲିସ ଯୋଜନା କରୁଛି  । ଏପଟେ କୃପାସିନ୍ଧୁ ବିରୋଧରେ ରୁଜୁ ହୋଇଥିବା ନୂଆ ମାମଲାରେ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି  ।