ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥ କୋରିଆର ଏଣ୍ଟ୍ରି

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ନର୍ଥକୋରିଆର ଏଣ୍ଟ୍ରି । ପାଲେଷ୍ଟାଇନକୁ ସମର୍ଥନ କରିବା ଲାଗି ନର୍ଥ କୋରିଆ ଶାସକ କିମ ଜଙ୍ଗ ଉନ୍ ତାଙ୍କ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ମଧ୍ୟପ୍ରାଚ୍ୟର ବିଭିନ୍ନ ଆତଙ୍କୀ ସଂଗଠନକୁ ଅସ୍ତ୍ରଶସ୍ତ୍ର ବିକିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିଜର ଆଣବିକ କାର୍ଯ୍ୟକ୍ରମ ଲାଗି ଜାତିସଂଘ କଟକଣାର ଶିକାର ନର୍ଥକୋରିଆ ଅତୀତରେ ହମାସକୁ ଟ୍ୟାଙ୍କବିଧ୍ବଂସୀ ରକେଟ ଲଞ୍ଚର ଯୋଗାଇଥିଲା । ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧବେଳେ ନର୍ଥକୋରିଆ ବହୁ ଅସ୍ତ୍ରଶସ୍ତ୍ର ହମାମ ସମେତ ଅନ୍ୟ ଆତଙ୍କୀ ସଂଗଠନକୁ ଅସ୍ତ୍ର ବିକିବାକୁ ନିର୍ଦ୍ଦେଶ ଦେଇଛି ।

ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ  ହମାସ କରିଥିବା ଆକ୍ରମଣ ଘଟଣାରେ ବ୍ୟବହୃତ ହୋଇଥିବା ଅନେକ ଅସ୍ତ୍ରଶସ୍ତ୍ର ନର୍ଥକୋରିଆର ହୋଇଥିବା ସୂଚନା ମିଳିବାଥିଲା । ଅକ୍ଟୋବର ୭ ହମଲା ଘଟଣାରେ ହମାସ ଆତଙ୍କୀ ନର୍ଥ କୋରିଆର ଏଫ-୭ ରକେଟ ବ୍ୟବହୃତ କରିଥିଲେ ବୋଲି ସୂଚନା ମିଳିଥିଲା ।