ପାକିସ୍ତାନ ସହ ଖେଳିବନି ଇଂଲଣ୍ଡ ଟିମ୍, କ୍ରିକେଟ ବୋର୍ଡର ନିଷ୍ପତ୍ତି
1 min readପାକିସ୍ତାନ କ୍ରିକେଟକୁ ଜୋରଦାର ଝଟ୍କା ଲାଗିଛି । ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଟିମ୍ ମଧ୍ୟ ଏବେ ପାକିସ୍ତାନ ସହ ଖେଳିବାକୁ ମନା କରିଦେଇଛି । ଇଂଲଣ୍ଡର ଉଭୟ ମହିଳା ଓ ପୁରୁଷ ଟିମର ମ୍ୟାଚ୍ ବାତିଲ୍ କରାଯାଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବର ମାସରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇଥାନ୍ତା ।
The England and Wales Cricket Board (ECB) convened this weekend to discuss these extra England Women's and Men's games in Pakistan and we can confirm that the Board has reluctantly decided to withdraw both teams from the October trip: ECB pic.twitter.com/Orar1KtR51
— ANI (@ANI) September 20, 2021
ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ତରଫରୁ ଆଜି ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ପୁରୁଷ ଫ୍ୟୁଚର ଟୁର୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ୨୦୨୨ ମସିହାରେ ପାକିସ୍ତାନ ଗସ୍ତ କରିବା ପାଇଁ ECB ବହୁ ଦିନର ପ୍ରତିବଦ୍ଧତା କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଆମେ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାକୁ ଯୋଜନା କରିଥିଲୁ। ଏପରିକି ପାକିସ୍ତାନରେ ଦୁଇଟି ଅତିରିକ୍ତ T20 ମ୍ୟାଚ୍, T20 ବିଶ୍ୱକପ ଅଭ୍ୟାସ ଭାବେ ଖେଳିବାକୁ ସହମତି ପ୍ରକାଶ କରିଥିଲା ।