spot_img

Latest Posts

ପରିବାରର ଭରଣପୋଷଣ ପାଇଁ ଶ୍ରମିକ ହେଲେ ଇଞ୍ଜିିୟରିଂ ଛାତ୍ର

ରାଉରକେଲା: ଘରର ଆର୍ଥିକ ସ୍ଥିତି ସୁଧାର ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଇଞ୍ଜିନିୟର ଛାତ୍ର ଶ୍ରମିକ ଭାବେ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଲକ ଡାଉନ୍ ସମୟରେ କଲେଜ ବନ୍ଦ ଥିବାରୁ ମନରେଗାରେ ଶ୍ରମିକ ଭାବେ କାର୍ଯ୍ୟ କରି ଟଙ୍କା ରୋଜଗାର କରି ଵେଶ ଖୁସି ହେଉଛନ୍ତି।

ସେ ରାଉରକେଲା ଉତ୍କଳମଣୀ ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ କଲେଜର ସେରାମିକ ବିଭାଗର ତୃତୀୟ ବର୍ଷର ଛାତ୍ର ଇନ୍ଦ୍ରଜିତ ସିଂହ।  ଲକ ଡାଉନ୍ ସମୟରେ କଲେଜ ବନ୍ଦ ଥିବା ଓ ନିଜ ଘରର ଆର୍ଥିକ ସ୍ଥିତି ସୁଧାର କରିବା ପାଇଁ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ଡିଗ୍ରୀ ପାଇଲା ପରେ ଯେଉଁଠି ଅନେକ ଚାକିରିକୁ ଅନେଇ ବସନ୍ତି, ଶାରିରିକ ପରିଶ୍ରମକୁ ଲଜ୍ଜା ଭାବେ ଗ୍ରହଣ କରନ୍ତି,ସେଠି ଇନ୍ଦ୍ରଜୀତ୍ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ମାଟି କାମ କରୁଛନ୍ତି ବୋଲି ତାଙ୍କ ମନରେ କୌଣସି ଅନୁଶୋଚନା ନାହିଁ। ଇନ୍ଦ୍ରଜୀତ ଵନ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାଟି କାମ କରୁଛନ୍ତି  ଏଥିରୁ ଟଙ୍କା ରୋଜଗାର କରି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରି ପାରିଥିବାରୁ ସେ ବେଶ ଖୁସି ମଧ୍ୟ ହେଉଛନ୍ତି।

ଇନ୍ଦ୍ରଜିତ ମାଟି କାମ କରି ଦୌନିକ ୩୦୦ ଟଙ୍କା ରୋଜଗାର କରୁଛନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଇନ୍ଦ୍ରଜୀତ ସିଂ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ବନପାଳ ଜାଣିବା ପରେ ଏବେ ଗ୍ରାମସାଥି ଭାବେ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ଇନ୍ଦ୍ରଜୀତଙ୍କ କାମରେ ତାଙ୍କ ପରିବାର ଲୋକେ ଖୁସି ହୋଇଛନ୍ତି।

ଇନ୍ଦ୍ରଜୀତଙ୍କ ମା କହିଛନ୍ତି ଯେ ମାଟିର ମଣିଷ ମାଟିକାମ କରିବ। ପରିଶ୍ରମ କରି ଟଙ୍କା ରୋଜଗାର କରିବା ପାଇଁ ଶ୍ରମିକ ଭାବେ କାର୍ଯ୍ୟ କରିବାରେ କିଛି ଅସୁବିଧା ନାହିଁ। ଏଥିସହ ପୁଅ ପାଇଁ ସେ ଗର୍ଵ ଅନୁଭଵ କରୁଥିବା ମଧ୍ୟ କହିଛନ୍ତି। ପାଠପଢ଼ା ସହ ଶ୍ରମିକ କାର୍ଯ୍ୟ କରି ନିଜ ପରିବାରର ଭରଣପୋଷଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଇନ୍ଦ୍ରଜିତ୍

Latest Posts

Don't Miss