ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁକୁ ଏନକାଉଣ୍ଟର

1 min read

ଗତକାଲି ବିଳମ୍ବିତ ରାତିରେ ପିପିଲି-ନିମାପଡ଼ା ତରକରଦା ଛକ  ଓଭରବ୍ରିଜ୍‌ ନିକଟରେ ଏନକାଉଣ୍ଟର  । ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ତା’  ବାମ ଗୋଡ଼ରେ ଗୁଳି ବାଜିଛି ।

ଭାଗୁକୁ  ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ବହୁ ଅପରାଧିକ ମାମଲା ରହିଛି । ତାଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ , ଗୁଳି ଓ ବାଇକ୍‌ ଜବତ ହୋଇଛି ।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ନାଁରେ ପ୍ରାୟ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ଗୁଳି ବିନିମୟ ବେଳେ ତାଳବଣିଆ ଆଇଆଇସି ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି  । ')}

Leave a Reply