ଟାର୍ଗେଟ କିଲିଂ ପରେ ଆକ୍ସନ ମୋଡରେ ସେନା; ୨ଆତଙ୍କବାଦୀ ନିପାତ

1 min read

ନୂଆଦିଲ୍ଲୀ: ଟାର୍ଗେଟ କିଲିଂ ପରେ ଆକ୍ସନ ମୋଡରେ ସେନା । ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତ ୨୪ ଘଣ୍ଟାରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । କୁପଓ୍ୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ ବେଳେ ଜଣେ ପାକିସ୍ତାନୀ ସମେତ ଦୁଇ ଜଣ ନିହତ ହୋଇଛନ୍ତି । ନିହତ ଦୁଇ ଆତଙ୍କର ଲସ୍କର-ଏ-ତୋଏବାର ସଦସ୍ୟ ବୋଲି କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର ପରେ ପୂରା ଏରିଆକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ସେହି ଅଞ୍ଚଳରେ ଅନ୍ୟ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।

ମଙ୍ଗଳବାର ଭୋରରୁ ଉତ୍ତର କାଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କଶ୍ମୀର ଜୋନ ପୁଲିସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, କୁପୱାରା ସେକ୍ଟରର ଚାକରାଣ୍ଡି କାଣ୍ଡି ଅଞ୍ଚଳରେ ସୁରକ୍ଷା ବାହିନୀ ପଇଁତରା ମାରୁଥିବାବେଳେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨ ଆତଙ୍କବାଦୀଙ୍କୁ ଗୁଳି କରି ସୁରକ୍ଷା ଯବାନମାନେ ନିପାତ କରିଛନ୍ତି । ଏହି ଦୁଇଜଣ ଲସ୍କର ଇ ତୋଇବାର ବୋଲି କଶ୍ମୀର ଜୋନ ପୁଲିସ ଟ୍ୱିଟ୍ କରି ସୂଚିତ କରିଛି । ତେବେ ଏଥିରୁ ଜଣେ ପାକିସ୍ତାନ ଆତଙ୍କବାଦୀ ଓ ତା’ର ନାମ ତୁଫାଲି ବୋଲି ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗୁଳି ବିନିମୟ ବେଳେ ୩ଜଣ ଗୁଳିମାଡ କରିଥିବା ଦେଖାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ନୂପୁରଙ୍କ ପାଇଁ ବଢ଼ୁଛି ଅଡ଼ୁଆ; ମୁମ୍ୱାଇ ପୋଲିସ ପଠାଇବ ସମନ