EMI ଉପରେ ସୁଧ ରିହାତି ଦ୍ୱାରା ଜମାକାରିଙ୍କ କ୍ଷତି ହେବ,AIBDA ସୁଧ ଛାଡ ସପକ୍ଷରେ ନାହିଁ

1 min read
Odisha Attracts Investor During Corona Lockdown

ମୁମ୍ବାଇ: ଇଏମଆଇ ଉପରେ ସୁଧ ରିହାତି ଦିଆଗଲେ ବ୍ୟାଙ୍କରେ ଟଙ୍କା ଜମାକରୁଥିବ ଜମାକାରି କ୍ଷତିଗସ୍ତ ହେବେ ବୋଲି  ଅଲ ଇଣ୍ଡିଆ ବ୍ୟାଙ୍କ ଡିପୋଜିଟର୍ସ ଆସୋସିଏସନ(AIBDA) କହିଛି । ସଂଗଠନ କହିଛି ଯେ, କୌଣସି ପ୍ରକାରର ସୁଧ ରିହାତି ଦେବା ଦ୍ୱାରା କ୍ରେଡିଟ୍ କଲଚରକୁ କ୍ଷତି ସହିବାକୁ ପଡିବ । ଯାହାର ପ୍ରଭାବ ବ୍ୟାଙ୍କଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଉପରେ ପଡିବ । AIBDA କହିଛି ଯେ, ସୁଧ ଛାଡ ଦ୍ୱାରା ଡିପୋଜିଟର୍ସ ଅତ୍ୟଧିକ ପ୍ରଭାବିତ ହେବେ । କାରଣ ବ୍ୟାଙ୍କ ଏହା ଦ୍ୱାରା ହେବାକୁ ଥିବା କ୍ଷତି ଭରଣ କରିବାକୁ ଜମା ରାଶି ଉପରେ ସୁଧ କମ ଦେବ । ସଂଗଠନ କହିଛି ଯେ, ଆଗରୁ ସରକାର ଲୋନ୍ ଛାଡକୁ କଭର କରୁଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆୟ ହ୍ରାସ ଯୋଗୁ କେନ୍ଦ୍ର ଓ ରାଜ୍ୟ ବର୍ତ୍ତମାନ ସେଭଳି କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଜୁନ୍ ୧୨ ତାରିଖ ଦିନ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ତିନି ଦିନ ମଧ୍ୟରେ ମୋରେଟୋରିୟମ ଅବଧି କାଳରେ ଲୋନ୍ କିସ୍ତିର ସୁଧ ଉପରେ ସୁଧକୁ ନେଇ ନିଷ୍ପତ୍ତି ନେବାକୁ କହିଥିଲେ ।

ମାମଲାର ଶୁଣାଣି କରୁଥିବା ବେଂଚ୍ ଜାଣିବାକୁ ଚାହିଁଥିଲେ ଯେ, ସୁଧ ଉପରେ ସୁଧକୁ ଛାଡ କରାଯାଇ ପାରିବ କି ? ଏହି ପ୍ରସଙ୍ଗକୁ ନେଇ ମିଡିଆର ଚାଲୁଥିବା ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି AIBDA କହିଛି ।

Leave a Reply