ହ୍ୱାଟସଆପର ମଜାକ ଉଡାଇବା ଜିଓକୁ ମହଙ୍ଗା ପଡିଲା !
1 min readନୂଆଦିଲ୍ଲୀ : କଥାରେ ଅଛି କାହା ଖରାପ ସମୟରେ ତା’ର ଥଟ୍ଟା ଉଡାଇବା ଠିକ୍ ନୁହେଁ । କାରଣ ଆପଣଙ୍କ କର୍ମ ଆପଣଙ୍କୁ ଖୋଜିନିଏ । ଲାଗୁଛି ଏହି କଥା ଜିଓ ପାଇଁ ସଠିକ ସାବ୍ୟସ୍ତ ହୋଇଛି । ଦୁଇ ଦିନ ତଳେ ଯେତେବେଳେ ହ୍ୱାଟସଆପ୍ ଡାଉନ୍ ହୋଇଥିଲା ସେତେବେଳେ ଜିଓ ହ୍ୱାଟସଆପର ଥଟ୍ଟା ଉଡାଇଥିଲା । ଆଉ ଦୁଇ ଦିନ ପରେ ପୁରା ଚିତ୍ର ବଦଳି ଯାଇଛି । ଏବେ ଜିଓ ଡାଉନ୍ ହୋଇଛି । ଆଉ ୟୁଜର୍ସ ସୋସିଆଲ ମିଡିଆରେ ଜିଓକୁ ଛିଗୁଲାଉଛନ୍ତି । ବୁଧବାର ସକାଳ ୯.୩୦ ମିନିଟରେ ଜିଓ ଡାଉନ୍ ହୋଇଥିଲା । ଏହା ସହିତ ଟ୍ୱିଟରରେ #JioDown ଟ୍ରେଣ୍ଡ୍ କରିବାକୁ ଲାଗିଥିଲା । ଦି’ ଦିନ ତଳେ ଜିଓ ହ୍ୱାଟସଆପକୁ ଟ୍ରୋଲ୍ କରୁଥିଲା ଏବେ ଜିଓ ନିଜେ ଟ୍ରୋଲ୍ ହେଉଛି ।
Downdetector ସାଇଟ୍ ଅନୁସାରେ ଜିଓ ନେଟୱର୍କ ସହିତ ଜଡିତ ଅଭିଯୋଗରେ ବୃଦ୍ଧି ଆସିଛି । ଅବଶ୍ୟ ଏପର୍ଯ୍ୟନ୍ତ ଜିଓ କୌଣସି ସୂଚନା ଦେଇ ନାହିଁ । ଜିଓ ନିଜ ଉପଭୋକ୍ତାଙ୍କୁ ଗୋଟିଏ ଜେନରିକ୍ ଉତ୍ତର ଦେଉଛି.. ଏହି ସମସ୍ୟା ପାଇଁ ଆମେ ଦୁଃଖିତ ଓ ଏହା ଅସ୍ଥାୟୀ । ତେବେ ଏଇଠି ଜିଓ ପାଇଁ ଗୋଟିଏ ଭଲ ଖବର ହେଉଛି ଯେ, ଜିଓ ଡାଉନ୍ ଦ୍ୱାରା ପୁରା ଭାରତ ପ୍ରଭାବିତ ହୋଇନାହିଁ । କେବଳ ମୁମ୍ବାଇ,ଇନ୍ଦୋର,ଦିଲ୍ଲୀ ଓ ରାୟପୁର ଭଳି ସ୍ଥାନରେ ଏହାର ନେଟୱର୍କ ଡାଉନ୍ ହୋଇଥିବା ଜଣା ପଡିଛି ।
No it's not the internet, stop refreshing your chats ?#WhatsAppDown
— Reliance Jio (@reliancejio) October 4, 2021
ଏବେ ଆପଣ ଭାବୁଥିବେ ଦୁଇ ଦିନ ତଳେ ଅର୍ଥାତ ସେପ୍ଟେମ୍ବର ୪ ତାରିଖରେ ଜିଓ କ’ଣ କହି ହ୍ୱାଟସଆପକୁ ଟ୍ରୋଲ୍ କରିଥିଲା ? ସେତେବେଳେ ଜିଓ ହ୍ୱାଟସଆପ ଡାଉନ୍ ହେବାକୁ ନେଇ ମସ୍ତି କରି ଟ୍ୱିଟ୍ କରିଥିଲା ଯେ, ‘ଏହା ଇଣ୍ଟରନେଟ୍ ସମସ୍ୟା ନୁହେଁ ,ନିଜର ଚାଟକୁ ରିଫ୍ରେସ କରିବା ବନ୍ଦ କରନ୍ତୁ । ଏବେ ୟୁଜର୍ସ ଜିଓର ପୁରୁଣା ଟ୍ୱିଟର ସ୍କ୍ରିନ୍ ସଟ୍ ସେୟାର କରି ଟ୍ରୋଲିଂରେ ମାତିଛନ୍ତି । ଆସନ୍ତୁ ଦେଖିବା କେମିତି ଟ୍ରେଲ୍ ହେଉଛି ଜିଓ ।
Yes but now it's the internet :') #jiodown https://t.co/tMT8NnWZp5
— Hasnain Czar (@HasnainCzar) October 6, 2021
ଜଣେ ୟୁଜର ଜିଓର ଏହି ଟ୍ୱିଟ୍ କୁ ଶେଆର କରି ଲେଖିଛନ୍ତି, ଏବେ କିନ୍ତୁ ଏହା ଇଣ୍ଟରନେଟ୍ ସମସ୍ୟା #Jiodown
#jiodown
No network since morning.@reliancejio @JioCare pic.twitter.com/B1KIMPze6K— SACHIN WADEKAR (@sachinwadekar15) October 6, 2021
ସେହିଭଳି ଆଉଜଣେ ୟୁଜର ନିଜ ଫୋନର ସ୍କ୍ରିନ ଶଟ୍ ଶେଆର କରପି ଲେଖିଛନ୍ତି ଯେ ସକାଳୁ ଜିଓ ନେଟୱର୍କ ନାହିଁ । #Jiodown
Its Almost an Hour With No network. What Is This Behaviour Team Jio ? Didn't Expect This From Jio !#jiodown #jiodead @reliancejio @JioCare pic.twitter.com/vbZiSsOvTP
— Ayush Dak (@AyushDak) October 6, 2021
ଆଉଜଣେ ୟୁଜର ରଗିଯାଇ ଲେଖିଛନ୍ତି ଯେ ଦୀର୍ଘ ଏକ ଘଣ୍ଟା ହେଲାଣି ନେଟର୍କ ନାହିଁ, ଏଇ କୋଉଭଳି ବ୍ୟହାର ଟିମ ଜିଓ । ଆପଣଙ୍କଠୁ ଏହା ଆଶା ନଥିଲା ।