କେନ୍ଦୁଝର କିରିବୁରୁ ଅଞ୍ଚଳରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଲେଣି ହାତୀ ପଲ

କେନ୍ଦୁଝର : ଜଙ୍ଗଲ ଛାଡ଼ି କଲୋନୀରେ ହାତୀ ଆତଙ୍କ । ଗଛ ସହ, ଭାଙ୍ଗିଲା ଲୋକଙ୍କ ବାଡ଼ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିରିବୁରୁ ଅଞ୍ଚଳରେ ହାତୀ ଆତଙ୍କ । ରାତିରେ ହଠାତ୍‌ କିରିବୁରୁ ଡାଲମିଆ କଲୋନୀରେ ପଶିଲା ହାତୀ । କଦଳୀ ଖାଇବା ସହିତ ଭାଙ୍ଗିଲା କଦଳୀ ଗଛ ଓ ଲୋକଙ୍କର ବାଡ଼ । ଆଜି ରାତିରେ କୋଇଡ଼ା ପଟୁ ଏକ ହାତୀ ଆସି କିରିବୁରୁ ଡାଲମିଆ କଲୋନୀରେ ପଶି ଯାଇଥିଲା । ହାତୀକୁ ଘର ନିକଟରେ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଲୋକେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବାଡ଼ିରେ ପଶି ଗଛ ଭାଙ୍ଗିବା ସହ ତାରବାଡ଼ ଭାଙ୍ଗିଥିଲା । ପରେ ହାତୀଟି ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି ।