ଗାଁରେ ପଶି ଘର ଭାଙ୍ଗିଲା ଝାଡଖଣ୍ଡି ହାତୀ

ନୀଳଗିରି: ଗାଁକୁ ପଶିଲା ଝାଡ଼ଖଣ୍ଡି ଦନ୍ତା, ଭୟରେ ଲୋକେ । ନୀଳଗିରିର ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା । ଗତକାଲି ରାତିଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି । ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ବୁଲୁଛି ଦନ୍ତା । ଯାହାଫଳରେ ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି । ଦୈନଦିନ କୁଳଡ଼ିହା ହାତୀଙ୍କ ଉପଦ୍ରବ ପରେ ପୁଣି ଝାଡଖଣ୍ଡି ଦନ୍ତାଙ୍କ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜିଗଲାଣି । ତେବେ ଦନ୍ତାଟି ପ୍ରଥମେ ନୀଳଗିରିକୁ ପ୍ରବେଶ କରିଥିବା ବେଳେ ଅନ୍ୟ ହାତୀପଲ ନୀଳଗିରିକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।