ଦନ୍ତାକୁ ମାରିଲେ ଗୁଳି, କଟକ ନରସିଂହପୁରରେ ଆଉ ଏକ ଗୁଳିବିଦ୍ଧ ଦନ୍ତା ଠାବ

କଟକ: ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ଗୁଳିବିଦ୍ଧ ହାତୀ ଅସୁସ୍ଥ ଭାବରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରେ ବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ ଏକ ୨୫ରୁ ୩୦ ବର୍ଷର ଦନ୍ତା ହାତୀଟି ପୂର୍ବ ବନ୍ୟାଞ୍ଚଳର ଚତରାପଦା ତଥା ନୂଆଗଡ ବୁଢ଼ାବୁଢ଼ୀ ଘାଟିର ପାଦ ଦେଶରେ ଥିବା ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ଜଣାପଡ଼ିଛି । ତେବେ ଏନେଇ ବନ ବିଭାଗ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି ।

ଉକ୍ତ ଦନ୍ତାହାତୀର କ୍ଷତକୁ ଦେଖି ହାତୀକୁ କେହି ଶିକାରୀ ଗୁଳି କରିଥିବା ସନ୍ଦେହ କରାଯାଉଛି । ତେବେ ଆହତ ହାତୀକୁ ଏପର୍ଯ୍ୟନ୍ତ ବନ ବିଭାଗ ଠାବ କରିବା ପାଇଁ ଚେଷ୍ଟା ଜାରି ରଖିଛି । ପ୍ରକୃତରେ ହାତୀକୁ କେହି ଗୁଳି ମାରିଛି ନା ହାତୀ ସହିତ ହାତୀର ଲଢେଇ ଯୋଗୁଁ ହାତୀ ଆହତ ହୋଇଛି ତାହା ହାତୀକୁ ଆୟତ୍ତ କଲା ପରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।