ରାଉରକେଲା ସହର ପାଖରେ ହାତୀପଲ, ଲୋକେ ଆତଙ୍କିତ
1 min read
ରାଉରକେଲା ସହର ନିକଟରେ ହାତୀପଲ । ଲାଠିକଟା ବ୍ଲକ ତୋପାଡିହି, ଟିମଜୋର ଓ ହାତିବନ୍ଧା ଗାଁ ନିକଟରେ ୧୭ ଟିକିଆ ହାତୀପଲ ବୁଲୁଛନ୍ତି । ଗତ ରାତିରୁ ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ହାତୀପଲ ରହିଥିବାରୁ ବନ ବିଭାଗ ଜଗି ରହିଛି । ଖୁବଶୀଘ୍ର ଘଉଡ଼ାଇ ଦିଆଯିବ ବୋଲି ବନ ଅଧିକାରୀ କହିଛନ୍ତି । ')}