ସାହାଣ ରୋଗରୁ ହାତୀ ମୃତ୍ୟୁ: କେନ୍ଦ୍ରୀୟ ଟିମ୍

1 min read

କଳାହାଣ୍ଡି: ଗ୍ରାଉଣ୍ଡଜିରୋରେ ହାତୀମୃତ୍ୟୁର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍  । କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୪ ଜଣିଆ ଟିମ୍  । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଥିଲା  । ତେବେ ଏହି ଭୂତାଣୁରେ  କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରୁଛି  କେନ୍ଦ୍ରୀୟ ଟିମ  । ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପାଣି ପିଉଥିବା ନାଳ ତଥା ନିକଟସ୍ଥ ଗାଁରେ ଯାଞ୍ଚ କରୁଛି ଟିମ୍ ।  ଟିମରେ ଡ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ୱାଇଲ୍ଡ ଲାଇଫ,  ଡ. ପ୍ରଜ୍ଞା ପି. ପଣ୍ଡା, କୋର୍ଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର, ଓୟୁଏଟି ବିଶେଷଜ୍ଞ  ପ୍ରଫେସର ଡ. ନିରଞ୍ଜନ ସାହୁ ଅଛନ୍ତି। ଏଥି ସହ  ଆରସିସିଏଫ ସୁଦୀପ୍ତ ଦାସ , ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର , ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ମଧ୍ୟ କେନ୍ଦ୍ରୀୟ ଟିମ ସହ ଘଟଣାସ୍ଥଳକୁ ଯାଇଛନ୍ତି ।

  ଅଭୟାରଣ୍ୟର ହାତୀ କିପରି ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ । ଫଳରେ ଦେଶରେ ଥିବା  ଅଭୟାରଣ୍ୟ ରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି କେନ୍ଦ୍ର ଓ୍ବାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର  ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ବେଶ ଗୁରୁତ୍ଵ ରଖୁଛି  । କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା

ଏଥିସହିତ ପଢ଼ନ୍ତୁ: ନିତି ଆୟୋଗ ପରିଚାଳନା ପରିଷଦର ବୈଠକ: ପ୍ରଥମ ଥର ପାଇଁ ସାମିଲ ହେବ J&K ଏବଂ ଲଦାଖ୍

Leave a Reply