ନିତି ଆୟୋଗ ପରିଚାଳନା ପରିଷଦର ବୈଠକ: ପ୍ରଥମ ଥର ପାଇଁ ସାମିଲ ହେବ J&K ଏବଂ ଲଦାଖ୍

1 min read

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ । ସକାଳ ୧୦ ଟା ୩୦ ବୈଠକ ହେବ । ଏଥିରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ ଓ ସ୍ୱାସ୍ଥ୍ୟକ୍ଷେତ୍ର ସମ୍ବଦ୍ଧରେ ଆଲୋଚନା ହେବ । ଏହାସହ ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ  । ପ୍ରଧାନମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ପରିଷଦ ବୈଠକରେ ଯୋଗଦେବେ  । ବୈଠକରେ ପ୍ରଥମ ଥର ପାଇଁ ଲଦାଖ ସହିତ ଜମ୍ମୁ ଓ କଶ୍ମୀରର ଅଧିକାରୀ ସାମିଲ୍ ହେବେ । ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ । ତେବେ ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟକଟ୍ କରିବେ ବୋଲି ଜଣାପଡିଛି । ନୀତି ଆୟୋଗକୁ ମମତା ସମାଲୋଚନା କରିବା ସହିତ ଏହାର ଆର୍ଥିକ ଶକ୍ତି ନାହିଁ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍

Leave a Reply