ସାହାଣ ରୋଗରୁ ହାତୀ ମୃତ୍ୟୁ: କେନ୍ଦ୍ରୀୟ ଟିମ୍
1 min readକଳାହାଣ୍ଡି: ଗ୍ରାଉଣ୍ଡଜିରୋରେ ହାତୀମୃତ୍ୟୁର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍ । କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୪ ଜଣିଆ ଟିମ୍ । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଏହି ଭୂତାଣୁରେ କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ । ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପାଣି ପିଉଥିବା ନାଳ ତଥା ନିକଟସ୍ଥ ଗାଁରେ ଯାଞ୍ଚ କରୁଛି ଟିମ୍ । ଟିମରେ ଡ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ୱାଇଲ୍ଡ ଲାଇଫ, ଡ. ପ୍ରଜ୍ଞା ପି. ପଣ୍ଡା, କୋର୍ଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର, ଓୟୁଏଟି ବିଶେଷଜ୍ଞ ପ୍ରଫେସର ଡ. ନିରଞ୍ଜନ ସାହୁ ଅଛନ୍ତି। ଏଥି ସହ ଆରସିସିଏଫ ସୁଦୀପ୍ତ ଦାସ , ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର , ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ମଧ୍ୟ କେନ୍ଦ୍ରୀୟ ଟିମ ସହ ଘଟଣାସ୍ଥଳକୁ ଯାଇଛନ୍ତି ।
ଅଭୟାରଣ୍ୟର ହାତୀ କିପରି ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ । ଫଳରେ ଦେଶରେ ଥିବା ଅଭୟାରଣ୍ୟ ରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି କେନ୍ଦ୍ର ଓ୍ବାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ବେଶ ଗୁରୁତ୍ଵ ରଖୁଛି । କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା