spot_img

Latest Posts

ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀ ପଲ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ପଳାସଡାଙ୍ଗି ଗାଁରେ ହାତୀ ଉପଦ୍ରବ।  ଘରର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇବା ସହ ବାସନକୁସନ ଭାଙ୍ଗିଲେ ହାତୀପଲ। ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର।  ବିଳମ୍ବିତ ରାତିରେ ଆଠଟିକିଆ ହାତୀପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇଛନ୍ତି। ସେହିପରି ଡଙ୍କାରୀଡିହ ଗାଁରେ ପଶି ଘରର କାନ୍ଥକୁ ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି ହାତୀପଲ l  ଖବର ପାଇ ବନବିଭାଗ ପହଞ୍ଚି ହାତୀ ଘଉଡ଼ାଇଥିବା ବେଳେ ହାତୀପଲ ନିକଟସ୍ଥ ମହାପୁରୁ ରଗଡା ଜଙ୍ଗଲରେ ଥିବା ଜଣାପଡ଼ିଛି।  ବାରମ୍ବାର ହାତୀପଲଙ୍କ ତାଣ୍ଡବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ପରିବାର।

Latest Posts

Don't Miss