ଅନୁଗୁଳରେ କଚାଡ଼ି ମାରିଲା ହାତୀ: ଜଣେ ମୃତ, ଅନ୍ୟ ଜଣଙ୍କୁ ଏସସିବି ସ୍ଥାନାନ୍ତର

ଅନୁଗୁଳରେ ଗଜରାଜ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ  । ଗତକାଲି ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗାଁର ଦୁଇ ଜଣ ନାବାଳକ ଗାଁ ମୁଣ୍ଡରେ ନାଳ ପାଖରେ ଥିଲେ । ହଠାତ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ଉଭୟଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତ ରାଉତ ନାମକ ବାଳକର ମୃତ୍ୟୁ ହୋଇଥିବା ବେଳେ ଚନ୍ଦନ ସାହୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଞ୍ଚଳରେ ହାତୀ ଉତ୍ପାତ ବଢିଥିବା ବେଳେ ଗାଁ ମୁହଁ ହେଉଛନ୍ତି ହାତୀ । ହାତୀ ଘଉଡାଇବାକୁ ବନ ବିଭାଗର ପ୍ରୟାସ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଇଚ୍ଛାଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ, ୬୪ ବର୍ଷ ବୟସରେ ଡାକ୍ତରୀ ପଢ଼ା ପାଇଁ ଲେଖାଇଲେ ନାଁ

Leave a Reply