spot_img

Latest Posts

ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଦଶ ହଜାର ଟଙ୍କା ଖାଇଗଲେ ହାତୀ

ତେଲକୋଇ: ବେଣା ଗାଁରେ ହାତୀ ପଲଙ୍କ ଉପଦ୍ରବ। ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ଦଶ ହଜାର ଟଙ୍କା ଖାଇଗଲେ ହାତୀ। ତେଲକୋଇ ରେଞ୍ଜ ଅଧୀନ ତେଲକୋଇ ଫରେଷ୍ଟ ବିଟ୍ ର ବେଣା ଗାଁରେ ୫ ଟିକିଆ ହାତୀ ପଲଙ୍କ ଉପଦ୍ରବ। ଦୁଇଟି ଘର ଭାଙ୍ଗିଛନ୍ତି ହାତୀ।

ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ ବେଳକୁ ପାଞ୍ଚ ଟିକିଆ ହାତୀ ପଲ ବେଣା ଗାଁ ମୁଣ୍ଡା ସାହିରେ ଧଶେଇ ପଶିଥିଲେ।  ପ୍ରଥମେ ରବିନ୍ଦ୍ର ପାତ୍ର ଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିବା ପରେ ଘର ଭାଙ୍ଗି ଧାନ ଚାଉଳ ଟେକି ନେଇଯାଇଥିଲେ ହାତୀ ପଲ।

ଧାନ ବସ୍ତା ଭିତରେ ରବିନ୍ଦ୍ର ରଖିଥିବା ଦଶ ହଜାର ଟଙ୍କାକୁ ମଧ୍ୟ ଧାନ ସହ ଖାଇଯାଇଥିଲେ ହତୀପଲ। ସେପଟେ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଦେବା ସହ ହାଣ୍ଡି ଡେକଚିକୁ ହାତୀ ପଲ ଭାଙ୍ଗି ଦେଇଛନ୍ତି।

Latest Posts

Don't Miss