ମମତା ଆହତ ମାମଲାରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ, ହଟିଲେ ସୁରକ୍ଷା ନିର୍ଦ୍ଦେଶକ

1 min read
Election Commission Take Big Action Against CM Mamata Banerjee Director Of Security

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଜାରି ରହିଛି । ମାମଲାରେ ଟିଏମସି ନେତା ନିର୍ବାଚନ ଆୟୋଗଙ୍କ ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହି ମାମଲାରେ ରବିବାର ନିର୍ବାଚନ ବିଶେଷ ବୈଠକ ଡାକିଥିଲେ । ଯାହାପରେ ନନ୍ଦିଗ୍ରାମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ନିର୍ଦ୍ଦେଶକଙ୍କୁ ପଦରୁ ହଟାଇ ଦିଆଯାଇଛି । ଏଥିସହ ଉତ୍ତର ମେଦିନୀପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ହଟାଇ ଦିଆଯାଇଛି । ରାଜ୍ୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି ।

Election Commission Take Big Action Against CM Mamata Banerjee Director Of Security

ଏଥିସହ ମାମଲାର ତଦନ୍ତ ଆଗାମୀ ୧୫ ଦିନ ମଧ୍ୟରେ ସାରି ମାର୍ଚ୍ଚ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ, ପଞ୍ଜାବର ପୂର୍ବତନ ଗୁଇନ୍ଦା ମହାନିର୍ଦ୍ଦେଶକ ଅନୀଲ କୁମାର ଶର୍ମାଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ବିଶେଷ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଏଥିସହ ନନ୍ଦିଗ୍ରାମରେ ମମତା ଆହତ ହେବା ମାମଲାରେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆୟୋଗ କହିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗରେ ଭିଭିଆଇପିଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟ ନିଜେ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଥିଲେ । ଯେତେବେଳେ କି ମମତା ସାଧାରଣ ଗାଡ଼ିରେ ଯାଉଥିଲେ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆୟୋଗ ବିବେକଙ୍କୁ ପଦରୁ ହଟାଇ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ମମତାଙ୍କୁ ଆକ୍ରମଣ ଘଟଣାର ପ୍ରମାଣ ନାହିଁ କହିଲେ ନିର୍ବାଚନ କମିଶନ

Leave a Reply