ମମତାଙ୍କୁ ଆକ୍ରମଣ ଘଟଣାର ପ୍ରମାଣ ନାହିଁ କହିଲେ ନିର୍ବାଚନ କମିଶନ

Mamata Banarjee

କୋଲକତା: ଖୋଲିଗଲା ମମତାଙ୍କ ପୋଲ । ପଦାରେ ପଡ଼ିଲା ମମତାଙ୍କ ମିଛ ଡ୍ରାମା । ଏଭଳି କିଛି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କାରଣ ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ବେଳେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ଯେଉଁ ଅଭିଯୋଗ ହୋଇଥିଲା । ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ବିଭିନ୍ନ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନ କହିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ଏଭଳି ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ରାଜନୀତି ଆହୁରି ସରଗରମ ହୋଇଯାଇଛି । ପୂର୍ବରୁ ମମତାଙ୍କୁ ଆକ୍ରମଣ ଘଟଣାକୁ ବିଜେପି ଡ୍ରାମା ବୋଲି କହିଆସୁଥିଲା । ଏବେ କେନ୍ଦ୍ର ନିର୍ବାଚନ କମିଶନଙ୍କ ବୟାନ୍‌, ବିଜେପିକୁ ଆହୁରି ସମାଲୋଚନାର ଖୋରାକ୍‌ ଯୋଗାଇଛି ।

ତେବେ ରବିବାର ଘଟଣାର ଦ୍ୱିତୀୟ ରିପୋର୍ଟ ପାଇବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଖୋଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅଲ୍‌ପାନ୍‌ ବନ୍ଦୋପଧ୍ୟାୟ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଶନିବାର ଏକ ରିପୋର୍ଟ ଦାଖଲ କରାଯାଇଥିଲା କିନ୍ତୁ ପରେ ସେଥିରେ ନିର୍ବାଚନ କମିଶନ ସନ୍ତୁଷ୍ଟ ହୋଇନଥିଲେ । ତେଣୁ ରବିବାର ଆଉ ଏକ ରିପୋର୍ଟ ଦିଆଯାଇଥିଲା ।

ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ମମତାଙ୍କ ସହ ଘଟିଥିବା ଘଟଣା ଆକ୍ରମଣ ନୁହେଁ । କିମ୍ବା କୌଣସି ଉଦେଶ୍ୟ ପ୍ରଣୋଦିତ ନୁହେଁ । ଏହା ଏକ ଆକ୍ସିଡେଣ୍ଟ ।

ଅନ୍ୟପଟେ ନିର୍ବାଚନ ଯେତିକି ପାଖକୁ ଆସୁଛି ଉଷ୍ମତା ସେତିକି ବଢ଼ୁଛି । ମେଡିକାଲରୁ ବାହାରିବା ପରେ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ଆଜିଠୁ ମମତା ପୁଣି ନିର୍ବଚନୀ ପ୍ରଚାର ଆରମ୍ଭ କରିଛନ୍ତି । ହାଜରା କ୍ରସିଂଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହ୍ୱିଲ୍ ଚେୟାରରେ ପ୍ରଚାର କରିବାକୁ ବାହାରିଛନ୍ତି ମମତା ।

ମାୟୋରୋଡ୍ ଠାରୁ ହାଜରା କ୍ରସିଂ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିବ। ଟିଏମ୍‌ସି ସାଂସଦ ଅଭିଶେକ୍ ବାନାର୍ଜୀ ଏହାର ନେତୃତ୍ୱ ନେବେ । ୧୫ ମାର୍ଚ୍ଚରେ ପୁରୁଲିଆଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେବେ ମମତା । ସେହିପରି ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତା ହ୍ୱିଲ୍ ଚେୟାରରେ ବସି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

Leave a Reply