spot_img

Latest Posts

ରାଜ୍ୟରେ ଆରମ୍ଭ ହେଲା ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା…

ନନ୍ଦିଘୋଷ ବ୍ୟୁରୋ: ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଭୋଟର୍ ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉପଜିଲ୍ଲାପାଳମାନଙ୍କୁ ଭୋଟର୍ ପଞ୍ଜିକରଣ ଅଧିକାରୀ ଓ ବିଡିଓମାନଙ୍କୁ AERO ଭାବେ ଦାୟିତ୍ୱ ଦିଆଯାଇଛି ।

ନିର୍ବାଚନୀ ପ୍ରସ୍ତୁତିକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ସକ୍ରିୟ ହୋଇପଡ଼ିଛନ୍ତି । ବିଜେଡି ପକ୍ଷରୁ “ନାରୀ ଅଧିକାର ସମାବେଶ” ଆୟୋଜନ ହେଉଥିବା ବେଳେ ବିଜେପି “ଜନ ଆକ୍ରୋଶ ସମାବେଶ” ମାଧ୍ୟମରେ ଲୋକଙ୍କ ସହ ଯୋଡ଼ାଯାଉଛି ।

ଅନ୍ୟପଟେ କଂଗ୍ରେସ ବିଜେପି ସରକାରଙ୍କ ୨ ବର୍ଷର ବିଫଳତାକୁ ଗାଁ ଗାଁରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟରେ ନିର୍ବାଚନୀ ମାହୋଲ ଧୀରେ ଧୀରେ ଜୋର ଧରୁଥିବା ବେଳେ ରାଜନୈତିକ ଚର୍ଚ୍ଚା ମଧ୍ୟ ତେଜୁଛି  ।

Latest Posts

Don't Miss