ଦେବେନ୍ଦ୍ର ଫଡନେବିସଙ୍କ ଭଲ ନେତାଙ୍କ କ୍ୟାରିୟର ବରବାଦ କରୁଥିବା ଅଭିଯୋଗ ଆଣିଲେ ଏକନାଥ ଖଡ଼ସେ

1 min read

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଦଳ ବହୁତ ସୀମିତ ଥିଲା । ବିଜେପି କହିଲେ ଲୋକ ବଣିଆ-ବ୍ରାହ୍ମଣଙ୍କ ପାର୍ଟି ବୋଲି ବୁଝୁଥିଲେ । ମହାରାଷ୍ଟ୍ର ଅଭ୍ୟନ୍ତରରେ ବିଜେପିକୁ ଲୋକପ୍ରିୟ କରାଇବାରେ ଗୋପୀନାଥ ମୁଣ୍ଡେ, ନୀତିନ ଗଡ଼କାରୀ ଏବଂ ଅସଂଖ୍ୟ ବହୁଜନ ନେତାଙ୍କ ଯୋଗଦାନ ରହିଛି । ୪୦ ବର୍ଷ ଭାଜପାର ଶକ୍ତି ବୃଦ୍ଧିରେ କାର୍ଯ୍ୟ କରିଥିଲି । ହେଲେ ତାହାର ମୂଲ୍ୟ ରହି ନ ଥିବା ଏକନାଥ ଖଡ଼ସେ କହିଛନ୍ତି ।

ଦୀର୍ଘଦିନର ସମ୍ପର୍କ ତୁଟାଇ ଏକନାଥ ଖଡ଼ସେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି । ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ସେ ସିଧାସଳଖ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନେବିସଙ୍କୁ ଦାୟୀ କରିଛନ୍ତି । ଏପରିକି ଅନ୍ୟ ଦଳର ରାଜନୈତିକ ଶତ୍ରୁଙ୍କ ଅପେକ୍ଷା ଦେବେନ୍ଦ୍ର ତାଙ୍କର ବହୁତ କ୍ଷତି କରିଥିବା ଖଡସେ କହିଛନ୍ତି ।

୨୦୧୫ରେ ବିଜେପି ସରକାର ଗଠନ କରିବା ପରେ ଫଡନେବିସ ହିଁ ଏମଆଇଡିସି ଜମି ଦୁର୍ନୀତିରେ ଛନ୍ଦି ଥିଲେ । ଯାହା ଦ୍ୱାରା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହା ଏକ ରାଜନୈତିକ ଚକ୍ରାନ୍ତ ଥିଲା । ୨୦୧୫ରେ ଏକନାଥଖଡ଼ସେ, ନୀତିନ ଗଡ଼କାରୀଙ୍କ ଭଳି ନେତାଙ୍କୁ ଅଣଦେଖା କରାଯାଇ ଦେବେନ୍ଦ୍ରକୁ ଅଯଥାରେ ପ୍ରାଧାନ୍ୟ ଦିଆଯାଇଥିଲା । ଏହା ଦଳକୁ ଭଲ ବାର୍ତ୍ତା ଦେଇ ନ ଥିଲା । ଏହାକୁ ସେ ସମୟରେ ସ୍ୱୀକାର କରାଯାଇଥିଲା । ହେଲେ ଦେବେନ୍ଦ୍ର ନିଜ ରାଜନୈତିକ ଭବିଷ୍ୟତ ପାଇଁ ସମସ୍ତ ବରିଷ୍ଠ ନେତାମାନଙ୍କ ଗୋଛି କାଟିଥିଲେ ।

୨୦୧୫ରେ ବିଜେପି ୧୩୨ ଆସନ ପାଇଥିଲା । ହେଲେ ୨୦୧୯ରେ ବିଜେପି ୧୯ଟି ଆସନ କମ ପାଇଥିଲା । ଏହି ଅବନତିର କାରଣର ନିଜେ ଦେବେନ୍ଦ୍ର ବୋଲି ଖଡସେ ଅଭିଯୋଗ କରିଛନ୍ତି ।

Leave a Reply