ଭାରତରେ ପହଞ୍ଚିଲା ଋଷ ଟିକା ସ୍ପୁଟନିକ୍-ଭି: ଜରୁରୀକାଳୀନ ବ୍ୟବହାରକୁ ମିଳିଛି ଅନୁମତି
1 min readହାଇଦ୍ରାବାଦ: ଆଜି ଭାରତରେ ପହଁଞ୍ଚିଲା ସ୍ପୁଟନିକ୍-ଭି ଟିକା । ଋଷରୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରେ ଟିକା ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ଟିକା ଭାରତରେ ପହଞ୍ଚିଛି । ଋଷିଆ ପ୍ରସ୍ତୁତ ଏହି ଟିକାର ବ୍ୟବହାର ପାଇଁ ଭାରତ ସହ ପୂର୍ବରୁ ଚୁକ୍ତି ବଦ୍ଧ ହୋଇଥିଲା । ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲେ ମଧ୍ୟ ଡକ୍ଟର ରେଡ୍ଡୀ ଲ୍ୟାବ ଏହି ଟିକାର ପରୀକ୍ଷଣ କରିବ । ସାରା ଦେଶରେ ଟିକାର ଅଭାବ ଦେଖାଦେଇଥିବା ବେଳେ ସ୍ପୁଟ୍ନିକ୍ ଭି ଟିକା ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି । ଏଥିସହ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ସ୍ପୁଟ୍ନିକ୍ ଭି ଟିକା ବ୍ୟବହାର ଖୁବଶୀଘ୍ର ବ୍ୟବହାର କରାଯିବ ।
As Russia and India continue dedicated joint efforts to combat the #COVID19, this move is especially important to support the Indian Government’s endeavors to mitigate the deadly second wave and save lives: Russian Ambassador to India, N Kudashev pic.twitter.com/2FfcPRuI99
— ANI (@ANI) May 1, 2021