spot_img

Latest Posts

ଫ୍ରାନ୍ସରେ ବିଜୟ ମାଲ୍ୟା ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧୪.୩୪ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: Kingfishers Airlines Limited ର ମାଲିକ ଏବଂ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶୁକ୍ରବାର ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧.୬ ମିଲିୟନ ୟୁରୋର ସମ୍ପତି ଜବତ କରିଛି ଇଡି । ବିଜୟ ମାଲ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଇଡି ନିଜ ଅଧିକାରୀ ଟ୍ୱିଟର ହାଣ୍ଡେଲରେ ଟ୍ୱିଟ କରି ଲେଖିଛି ଯେ,  ‘ଫ୍ରାନ୍ସ କର୍ତ୍ତୃପକ୍ଷ ଇଡିଙ୍କ ଅନୁରୋଧ କ୍ରମେ ବିଜୟ ମାଲ୍ୟାଙ୍କ ୩୨ ଏଭେନ୍ୟୁ ଫୋଚ (ଫ୍ରାନ୍ସ)ର ସମ୍ପତ୍ତି ଜବତ କରିଛି ।’

ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତିର ଆନୁମାନିକ ମୂଲ୍ୟ ପ୍ରାୟ ୧.୬ ମିଲିୟନ ୟୁରୋ ( ପ୍ରାୟ ୧୪.୩୪ କୋଟି ଟଙ୍କା ) ଆକଳନ କରାଯାଇଛି । କିଙ୍ଗ ଫିସର ଏୟାରଲାଇନ୍ସ ଲିମିଟେଡର ବ୍ୟାଙ୍କ ଖାତାରେ ବଡ଼ ରକମର ବିଦେଶୀ ଟଙ୍କା ଥିବା ତଦନ୍ତ ସମୟରେ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ଅଟନ୍ତି । ବର୍ତ୍ତମାନ ସେ ବ୍ରିଟେନରେ ଅଛନ୍ତି । ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ କିଛି ମାସ ପୂର୍ବରୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା । ତେବେ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣକୁ ନେଇ ବ୍ରିଟେନ ସରକାର ସହ ଯୋଗାଯୋଗ ବଜାର ରହିଛି ବୋଲି ଭାରତ ସରକାର ସ୍ପଷ୍ଟ କରିଛି ।

Latest Posts

Don't Miss