ରାଜସ୍ଥାନରେ EDର ବଡ ରେଡ୍‌, ଏକକାଳୀନ ୨୫ଟି ସ୍ଥାନରେ ଚଢାଉ

ଜୟପୁର: ରାଜସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ଅର୍ଥ ହେରଫେର ମାମଲାରେ ଏକକାଳୀନ ୨୫ଟି ସ୍ଥାନରେ ରେଡ୍ କରୁଛି ଇଡି। ରାଜସ୍ଥାନରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ ସୁବୋଧ ଅଗ୍ରୱାଲଙ୍କ ଘରେ ଚାଲିଛି ଚଢାଉ । ଜଳ ଜୀବନ ମିଶନରେ ବ୍ୟାପକ ଅର୍ଥ ହେରଫର ଅଭିଯୋଗରେ ଇଡି ଏହି ରେଡ୍ କରୁଛି । ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଘରେ ମଧ୍ଯ ଇଡି ରେଡ୍ ଏକକାଳୀନ ରେଡ୍ କରୁଛି।

ରାଜଧାନୀ ଜୟପୁର ଏବଂ ଦୌସାରର ମୋଟ ୨୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ପିଏଚଇ ବିଭାଗରେ ଅତିରିକ ସଚିବ ଦାୟିତ୍ବରେ ଅଛନ୍ତି ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲ । ମନି ଲଣ୍ଡରିଂ ଅଧିନିୟମ ଅନ୍ତର୍ଗତ ଆଇନରେ ଇଡି ଏହି ରେଡ୍ କରୁଛି । ଏହାପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ ଇଡି ଅର୍ଥ ହେରଫେର ମାମଲାରେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଜଳ ଜୀବନ ମିଶନ କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାବେଳେ ଏହି ମିଶନରେ ରାଜସ୍ଥାନର ପିଏଚଇଡି ଅଧିନରେ ସବୁ କାମ ହେଉଛି। ଯୋଜନାରେ ହୋଇଥିବା ଅନେକ କାର୍ଯ୍ୟରେ ବ୍ୟାପକ ହେରଫେର ନେଇ ଅଭିଯୋଗ ପରେ ରେଡ୍ କରୁଛି ଇଡି ।