spot_img

Latest Posts

ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମହମ୍ମଦ ଆଜାହରୁଦ୍ଦିନଙ୍କୁ ଇଡି ନୋଟିସ

ନନ୍ଦିଘୋଷ ବ୍ୟୁରୋ: ଆଜାହରୁଦ୍ଦିନଙ୍କୁ ଇଡି ନୋଟିସ। ଟିମ ଇଣ୍ଡିଆ କ୍ରିକେଟ ପୂର୍ବତନ ଅଧିନାୟକ ମହମ୍ମଦ ଆଜାହରୁଦ୍ଦିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ  ଦୁର୍ନୀତି ମାମଲାରେ ନୋଟିସ ଜାରି କରିଛି ଇଡି। ତାଙ୍କୁ ପଚରାଉଚରା ଲାଗି ସମନ ଜାରି କରିଛି ଇଡି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଫଣ୍ଡ ଠିକ ଭାବେ ବ୍ୟବହାର କରାଯାଇନଥିବା ଅଭିଯୋଗ ଗକରିଛି।

୨୦ କୋଟି ଟଙ୍କାର ହେରଫେର ଅଭିଯୋଗର ଏହି ମାମଲା ରହିଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ମହମ୍ମଦ ଆଜାହରୁଦ୍ଦିନ। ୨୦୧୯ ସେପ୍ଟେମ୍ବରରେ ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୨୦୨୧ରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଥିଲା। କ୍ରିକେଟ ସଂଘର ଆପେକ୍ସ କାଉନସିଲ ଫଣ୍ଡ ହେରଫେର ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ହାଇଦ୍ରାବାଦ ଉପ୍ପଲରେ ଥିବା ରାଜୀବ ଗାନ୍ଧି କ୍ରିକେଟ ଷ୍ଟାଡିଯମ ଲାଗି ଡିଜେଲ ଜେନେରେଟେର ଏବଂ ଅଗ୍ନି ନିରାପତ୍ତା ସାମଗ୍ରୀ କ୍ରୟରେ ଅନିୟମିତତା ସହ ଏହି ମାମଲା ଜଡ଼ିତ। କଂଗ୍ରେସ ନେତା ଆଜାହରୁଦ୍ଦିନଙ୍କୁ ଇଡିର ଏହା ପ୍ରଥମ ସମନ। ତାଙ୍କୁ ଆଜିହିଁ ଇଡି ନିକଟରେ ହାଜର ହେବାକୁ ପଡିବ। ଏହା ପୂର୍ବରୁ ୨୦୨୩ରେ ଉପ୍ପଲ ପୋଲିସ କରିଥିବା ମାମଲାରେ କୋଟ୍ରରୁ ତାଙ୍କୁ ଜାମିନ ମିଳିଥିଲା।

Latest Posts

Don't Miss