ବନ୍ଧାହେଲେ ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଂଘଲ

ED Arrested Jharkhand IAS Pooja Singhal

ରାଞ୍ଚି: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲ ଗିରଫ । ମନି ଲଣ୍ଡରିଂ ମାମଲାରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ମନରେଗା ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ୨୦୦୦ ମସିହା ବ୍ୟାଚ୍ ଆଇଏଏସ ପୂଜାଙ୍କୁ ହାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ବେଳେ ପୂଜା ସିଂଘଲ ଇଡିକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।

ED Arrested Jharkhand IAS Pooja Singhal

ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ପୂଜା ସିଂଘଲଙ୍କ ଘରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା ।