ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ବଦଳି କଲେ ନିର୍ବାଚନ କମିଶନ

କୋଲକାତା: ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି । ପଶ୍ଚିମବଙ୍ଗ ପୋଲିସ ଡିଜି ବିରେନ୍ଦ୍ରଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଫିସର ପି. ନିରଞ୍ଜନଙ୍କୁ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିପି ଭାବେ ନିଯୁକ୍ତ କରିଛନ୍ତି କମିଶନ । ତେବେ ୧୯୮୫ ବ୍ୟାଚ୍ ଆଇପିଏସ୍ ଅଫିସର ବିରେନ୍ଦ୍ରଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲେ ମଧ୍ୟ ତାଙ୍କୁ ବର୍ତ୍ତମାନ କୌଣସି ନୂଆ ନିଯୁକ୍ତି ଦିଆଯାଇନାହିଁ । ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ପରେ କମିଶନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।