ହକି ବିଶ୍ୱକପ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

1 min read

ଭୁବନେଶ୍ୱର: ଓ୍ବାର୍ଲ୍ଡ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ । ଦୈନିକ ଦୁଇଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ହକି ମ୍ୟାଚ ସମୟରେ ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ । ଏହା ବାଦ ଦୈନିକ ପାଞ୍ଚଟି ନିୟମିତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ହକିପ୍ରେମୀଙ୍କ ଯାତ୍ରା ପାଇଁ ଏହା ଏକ ବଡ଼ ସୁଯୋଗ ଓ ସୁବିଧା ସୃଷ୍ଟି କରିବ । FIH ହକି ପୁରୁଷ ବିଶ୍ବକପ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଚଳାଚଳ କରିବ ପୂର୍ବତଟ ରେଳପଥ ।

ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱରରୁ ୧୪ ରୁ ୩୦ ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ଚଳାଚଳ କରିବ । ସେହିଭଳି ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ ୧୫ ରୁ ୩୧ ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ । ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ ୧୪ ରୁ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ ।