ବାତ୍ୟା ଦାନା ପ୍ରଭାବରେ କେଉଁ ଜିଲ୍ଲାରେ କେତେ ବହିବ ପବନ,ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ : ବାତ୍ୟା ଦାନା ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ମଧ୍ୟରେ  ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର  ଉପକୂଳ ଓ ସଲଗ୍ନ ଅଞ୍ଚଳ ମାନଙ୍କରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିମି ମଧ୍ୟରେ ରହିବ । ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କଟକ ଏବଂ କେନ୍ଦ୍ରାପଡା ନିକଟବର୍ତ୍ତୀ ଅଞ୍ଚଳରେ ପବନର ଘଣ୍ଟାପ୍ରତି ବେଗ  ୧୦୦ରୁ ୧୨୦ କିମି ମଧ୍ୟରେ ରହିବ । କେଉଁଝର, ଢେଙ୍କାନାଳ, ପୁରୀ ଏବଂ କଟକର କିଛି ଅଞ୍ଚଳରେ ୭୦ରୁ ୯୦ କିମି ମଧ୍ୟରେ ପବନ ବହିବ ।