spot_img

Latest Posts

ଜ୍ଞାନବାପି ମାମଲାରେ ଫ୍ରଫେସରଙ୍କୁ ବାନ୍ଧିଲା ପୋଲିସ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗିରଫ ଫ୍ରଫେସରଙ୍କ ମୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ଯୋଗୁଁ ଗିରଫ ହୋଇଥିବା ପ୍ରଫେସର୍‌ଙ୍କ ମୁକ୍ତି ଦାବି କରି ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ‘ଆର୍ଟ ଫାକଲଟି’ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ହିନ୍ଦୁ ମହାବିଦ୍ୟାଳୟର ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିଲା।

ପୋଲିସ କହିବା ଅନୁସାରେ, ହିନ୍ଦୁ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଉତ୍ତର ଦିଲ୍ଲୀର ‘ସାଇବର୍‌ ଥାନା’ ଅଧିକାରୀମାନେ ଗିରଫ କରିଛନ୍ତି। ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍‌ଭୋକେଟ୍‌ ବିନୀତ ଜିନ୍ଦଲ୍‌ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍‌ ଲାଲ୍‌ ନିକଟ ଅତୀତରେ ଟ୍ୱିଟରରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍‌ ସେୟାର୍‌ କରିଥିଲେ।

ଟ୍ୱିଟର ଆକାଉଣ୍ଟ୍‌ରେ ପ୍ରଫେସର୍‌ ଲାଲ୍ ଦେଇଥିବା ବିବୃତି ଧର୍ମୀୟ ଭାବନା ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି। ଏହି ମାମଲା ଖୁବ୍‌ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନିଜ ପୋଷ୍ଟ୍‌କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍‌ ଲାଲ୍‌ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ। ତେଣୁ, ଏଇଟା ନୂଆ କଥା ନୁହେଁ। ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି । ପୋଷ୍ଟ୍‌ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍‌ ସତର୍କତା ଅବଲମ୍ବନ କରିଛି। ପ୍ରଫେସର୍‌ ଲାଲ୍‌ଙ୍କ ଗିରଫଦାରିକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ନିନ୍ଦା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

Latest Posts

Don't Miss