ପୋଲିସ ଅଫିସରଙ୍କ ଭାଇରାଲ ଭିଡିଓ, ପତ୍ନୀ ଦୁଷ୍କର୍ମ ଧମକ ଦେଇ କରିଛନ୍ତି ବିବାହ

ରାଞ୍ଚି: ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଲିସ ଡିଏସପିଙ୍କ ଭିଡିଓ । ଅଧିକାରୀ ଜଣକ ହେଉଛନ୍ତି ଝାଡଖଣ୍ଡ ରାମଗଡର ଡିଏସପି କିଶୋର ରଜକ । ଘରୋଇ ହିଁସାର ଘଟଣାକୁ ଭିଡିଓରେ ବଖାଣିଛନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ମାରପିଟ କରିବା ସହ ଧମକ ଦେଉଥିବା ସେ କହିଛନ୍ତି। ପୋଲିସ ଅଧିକାରୀ ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କ ସହ ସବୁବେଳେ ମାରପିଟ କରିଥାନ୍ତି ଏବଂ ତାଙ୍କ ବିରୋଧରେ ନିଜେ ଓଲଟି ମାରପିଟର ମାମଲା ରୁଜୁ କରିଥାନ୍ତି । ଅଧିକାରୀ ପତ୍ନୀଙ୍କ ଉପରେ ଶାରିରୀକ, ପାରିବାରିକ ଏବଂ ଭୀଷଣ ମାନିସକ ପ୍ରତାଡନାର ଆରୋପ ଲଗାଇଛନ୍ତି । ଭିଡିଓରେ କିଶୋର ରଜକଙ୍କ ହାତରେ ଆଚୁଡା ଦାଗ ଦେଖାଯାଇଛି ।
ସେ ଭିଡିଓରେ କହିଥିଲେ, ପତ୍ନୀ ବର୍ଷା ଶ୍ରୀବାସ୍ତବ ତାଙ୍କୁ ଆହତ କରିଛନ୍ତି ଏବଂ ପରେ ଘରୁ ବାହାରକୁ ଚାଲିଯାଇଥିଲେ । ଅବଶ୍ୟ, ଏହି ସମସ୍ତ ଅଭିଯୋଗକୁ ପତ୍ନୀ ବର୍ଷା ଶ୍ରୀବାସ୍ତବ ଖାରଜ କରିଛନ୍ତି । ବର୍ଷା ଶ୍ରୀବାସ୍ତବ କହିଛନ୍ତି, ସେମାନଙ୍କର କୋର୍ଟ ମ୍ୟାରେଜ ହୋଇଥିଲା, ତେଣୁ ଦୁଷ୍କର୍ମର ଧମକ ଦେଇ ବିବାହ କରିବା ଅଭିଯୋଗ ଭିତ୍ତିହୀନ ଅଟେ ।
ଭିଡିଓ ସେୟାର କରି ଏସଡିପିଓ କିଶୋର ରଜକ ଲେଖିଛନ୍ତି, ପତ୍ନୀ ମୋ ଉପରେ ଅଗଣିତ ଥର ଆକ୍ରମଣ କରିଛନ୍ତି, ପତ୍ନୀଙ୍କ କୃର, ହିଁସାତ୍ମକ ବ୍ୟବହାର କାରଣରୁ ପୁଅ ମଧ୍ୟ ତାକୁ ଘୃଣା କରୁଛି । ତାକୁ ଦେଖିବା କ୍ଷଣି ପୁଅ ଚିତ୍କାର କରିବାରେ ଲାଗିଥାଏ । ମୁଁ କାର୍ଯ୍ୟକୁ ଗଲାପରେ ବାଧ୍ୟ ହୋଇ ପୁଅ ତା ପାଖରେ ରହିଥାଏ । ଆଜି ସକାଳର ହିଁସା ଭିଡିଓ ଦେଖନ୍ତୁ ।
ଆଉ ଏକ ଭିଡିଓ ସେୟାର କରି ଏସଡିପିଓ କିଶୋର ରଜକ କହିଛନ୍ତି, ଏହି ମାମଲାରେ ପତ୍ନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଘଟଣା ସମୟର ସମ୍ପୂର୍ଣ୍ଣ ଭିଡିଓ ଥିଲେ ମଧ୍ୟ ସେ ମୋ ନାଁରେ ଓଲଟା ଅଭିଯୋଗ କରିଛନ୍ତି । ଭିଡିଓର ଶେଷରେ ଏସଡିପିଓ ଲେଖିଛନ୍ତି, ପତ୍ନୀ ଦୁଷ୍କର୍ମ ଧମକ ଦେଇ ମୋତେ ବିବାହ କରିଛନ୍ତି, ମୁଁ ଫସିଗଲି । ବିବାହ ପୂର୍ବରୁ ସେ ଅତିକମରେ ପାଞ୍ଚଟି ଏଫଆଇଆର ଅଧିକାରୀଙ୍କ ଉପରେ କରିଥିଲା । ପତ୍ନୀ ଏପର୍ଯ୍ୟନ୍ତ ସୁଦ୍ଧା ମୋ ଉପରେ ଏବଂ ମୋ ପରିବାର ବିରୋଧରେ ୬ଟି ଏଫାଇଆର ରୁଜୁ କରିଛି ।