spot_img

Latest Posts

ବାଉନ ବଜାର ତେପନ ଗଳିରେ ବିଷର ପସରା, କୋଡଓ୍ବାର୍ଡ଼ରେ ଚାଲିଛି ନିଶା ବ୍ୟବସାୟ

କଟକ: କଟକ ସହରରେ ରାଜ କରୁଛନ୍ତି ନିଶା ଦଲାଲ। ସୂର୍ଯ୍ୟ ଅସ୍ତ ହେଲେ ନିଶାଖୋର ପାଦ ଏଡ଼େଇଯାଏ ଶୁନଶାନ ନିଛାଟିଆ ସ୍ଥାନକୁ। ଆଉ ନିଜ ଜାଣତରେ ସୁନ୍ଦର ଜୀବନକୁ ଅନ୍ଧାର ଆଡକୁ ଟାଣି ନିଅନ୍ତି। କଟକର ବିଭିନ୍ତ ସ୍ଥାନରେ ଚାଲେ ନିଶା ବେପାର। ବିଡାନାସୀ,ଲାଲବାଗ,କ୍ୟାଣ୍ଟନମେଣ୍ଟ,ମାଛୁଆ ବଜାର, ଚାଉଳିଆଗଞ୍ଜ ଭଳି ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ରାତିର ଅନ୍ଧାରରେ ଚାଲେ ଖୁଲୁମଖୁଲା ନିଶା ଦ୍ରବ୍ୟ ବ୍ରିକ୍ରି। ବିଭିନ୍ନ ବ୍ରାଣ୍ଡର ସିଗାରେଟ ଭିତରେ ଗଞ୍ଜେଇ ପୂରାଇ ବିକ୍ରି କରାଯାଏ। ଏହାସହ ବ୍ରାଉନସୁଗାରର ବି ଅବାଧରେ ଚାଲିଛି ବ୍ୟବସାୟ। ଆଉ କଲେଜ ପିଲାବି ଏହି ସବୁ ବିଷର ସାଜିଛନ୍ତି ନିତିଦିନିଆ ଗ୍ରାହକ  । କଟକ ଓ ଭୁବନେଶ୍ୱରକୁ  ବିଭିନ୍ନ ନାମିଦାମି ଗାଡିରେ ପ୍ରତିଦିନ କନ୍ଧମାଳଓ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରୁ ଆସୁଛି ଶହଶହ କେଜି ଗଞ୍ଜେଇ। ଏଠୁ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା କହିଛି ଜଣେ ବ୍ୟବସାୟୀ।

ସେପଟେ ଅତ୍ୟାଧୁନିକ ମେସିନର ଅଭାବ ଓ କର୍ମଚାରୀ ଅଭାବ ହେତୁ ଅଭିଯୁକ୍ତ ବାରମ୍ବାର ପୋଲିସ ପଞ୍ଝାରେ ପଡୁ ନାହାନ୍ତି। ହେଲେ ପୂରା ଅଞ୍ଚଳରେ ଚଢାଉ ଜୋରଦାର କରାଯାଉଥିବା କହିଛନ୍ତି ଅବକାରୀ ବିଭାଗ ଓ ପୋଲିସ  କର୍ମଚାରୀ।

ନିଶା ଏବେ ଯୁବ ଗୋଷ୍ଠୀଙ୍କୁ ଗ୍ରାସ କରିବାରେ ଲାଗିଛି। ତେବ ଏହାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକାନଗଲେ ରାଜ୍ୟର ଆଗାମୀ ଭବିଷ୍ୟତ ଅନ୍ଧାରକୁ ଠେଲିହୋଇଯିବ।

 

Latest Posts

Don't Miss