ଡ୍ରୋନରେ ପରିବହନ ହେବ କୋଭିଡ ସାମଗ୍ରୀ, ଉପାନ୍ତରେ ସହଜ ହେବ ସୁବିଧା

ଭୁବନେଶ୍ୱର: ସଂକ୍ରମଣ କମାଇବ ଡ୍ରୋନ  । ଅର୍ଥାତ ସାମ୍ପୁଲ ସଂଗ୍ରହ ଠାରୁ ଆରମ୍ଭ କରି କୋଭିଡ ପାଇଁ ବ୍ୟବହୃତ ହେଉଥିବା କିଟ ଏବଂ ଅନ୍ୟାନ ଉପକରଣ  ଏଣିକି ଡ୍ରୋନ୍ ସାହାଯ୍ୟରେ ପରିବହନ ହେବ  ।  କରୋନା କିଟ୍ ଓ ସାମ୍ପୁଲ ପରିବହନ କରାଯିବ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳରେ ଏପରି ସାମ୍ପୁଲ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ଆରଏମଆରସି । ଏନେଇ ଆରଏମଆରସି ପରିସରରେ ଗୁରୁବାର ପରୀକ୍ଷାମୂଳକ ଭାବେ ଡ୍ରୋନର ବ୍ୟବହାର କରାଯାଇଛି ।

ଯେହେତୁ କରୋନା ସାମ୍ପୁଲ ସଂଗ୍ରହ କଲା ବେଳେ ସଂଗ୍ରହ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣର ଭୟ ରହୁଛି, ଏସବୁକୁ ରୋକିବାକୁ ଡ୍ରୋନ୍ ବ୍ୟବହାର କରାଯିବ । ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଦୈନିକ ୬୦ରୁ ୭୦ହଜାର ଟେଷ୍ଟିଂ କରାଯାଉଛି । ଏହାକୁ ନଜରରେ ରଖି ଡ୍ରୋନରେ କିଟ୍ ଓ ସାମ୍ପୁଲ ସଂଗ୍ରହ ବ୍ୟବସ୍ଥା ଏକ ପ୍ରଶଂସନୀୟ ଉଦ୍ୟମ ହେବ ।

ଉପାନ୍ତ ଏବଂ ଅପହଞ୍ଚ ଅଞ୍ଚଳରୁ କୋଭିଡ ସାମ୍ପୁଲ ସଂଗ୍ରହ କରି ସ୍ବାସ୍ଥ୍ୟ କର୍ମୀମାନେ ଆଣିବା ଦ୍ୱାରା ସେମାନଙ୍କୁ ମଧ୍ୟ ସଂକ୍ରମଣର ଭୟ ରହୁଥିଲା  । ଯଦି ସାମ୍ପଲ ସଂଗ୍ରହରେ ଡ୍ରେନ ବ୍ୟବହାର କରାଯାଏ ତେବେ  ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମିତ ହେବାର ଭୟ ରହିବ ନାହିଁ  । ସେପଟେ ଡ୍ରୋନ ଦ୍ୱାରା ନବା ଆଣିବା କରିବା ସହଜ ଏବଂ ଶୀଘ୍ର ହୋଇପାରିବ  ।

Leave a Reply