ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ଦୁଇ ଦିନ ଧରି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା । ଆଜି ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡ଼ିଆରେ କଥା ହୋଇଥିଲେ ।

ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ମହାସଂଘର କର୍ମକର୍ତ୍ତମାନେ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନ ସ୍ଥଳରେ ସେମାନେ ଉତ୍ସବ ମନାଇଛନ୍ତି । ଦଣ୍ଡବତ ଯାତ୍ରା ସଫଳ ହୋଇଛି ବୋଲି ଡ୍ରାଇଭର ସଂଘ କହିଛନ୍ତି । ଏଥିସହ ସରକାର ଓ ଜଗନ୍ନାଥଙ୍କ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି ।