ବନପାଳଙ୍କ ଅଫିସରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଠେଙ୍ଗାରେ ପିଟିଲେ, ମୁଣ୍ଡ ଫଟାଇଲେ

କାମାକ୍ଷାନଗର: ବନପାଳଙ୍କ ଅଫିସରେ ପସି ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରିଛନ୍ତି ଜଣେ ଯୁବକ । ନିଶାଶକ୍ତ ଅବସ୍ଥାରେ ଥିବା ଯୁବକ ଜଣଙ୍କ ବନପାଳଙ୍କୁ ଠେଙ୍ଗାରେ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଦ୍ବିପ୍ରହରରେ ବନପାଳ ଚନ୍ଦ୍ରଶେଖର ବେହେରା ଖାଉଥିବା ବେଳେ ପଦ୍ମପୋଖରୀ ଗାଁର ପିଙ୍ଗୁ ପରିଡ଼ା ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଯୁବକଙ୍କ ଆକ୍ରମଣରେ ବନପାଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିତ୍କାର ଶୁଣି ଅନ୍ୟ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ହାତୀ ସ୍କ୍ବାଡର ଜଣେ ସଦସ୍ୟଙ୍କ କଥାରେ ସେ ବନପାଳଙ୍କୁ ମାରିଥିବା ପିଙ୍କୁ କହିଥିବା ବେଳେ କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply