ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ
1 min read
ସମ୍ବଲପୁର ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ ଦିଆଯାଇଛି । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସାଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଓଢଣୀ ବାରଣ କରାଯାଇଛି । ପେଣ୍ଟ, ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି ।