ହେଲିକପ୍ଟର, ଡ୍ରୋନ୍ ପରେ ଜଳପଥ ଜଗିବ ମାନବବିହୀନ ବୋଟ୍, DRDO ପକ୍ଷରୁ ପୁନେରେ ହେଲା ପରୀକ୍ଷଣ

ପୁନେ: ସୁରକ୍ଷା ବ୍ୟବସ୍ଥାରେ ମାନବ ବିହୀନ ହେଉଛି ଅସ୍ତ୍ରଶସ୍ତ୍ର । ହେଲିକେପ୍ଟର, ଡ୍ରୋନ୍ ପରେ ଜଳପଥ ଜଗିବ ମାନବ ବିହୀନ ବୋଟ୍ । ଡିଆରଡିଓ ପକ୍ଷରୁ ପୁନେରେ ପରୀକ୍ଷଣ ଆରମ୍ଭ ହୋଇଛି । ଆଗକୁ ବିଭିନ୍ନ ଟିମକୁ ନେଇ ଏହି ବୋଟର ପରୀକ୍ଷଣ ହେବ । ରିମୋଟ ଦ୍ୱାରା ପରିଚାଳିତ ହୋଇପାରିବ ବୋଟ୍ । ଏଥିସହ ବୋଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯାଇପାରିବ । ଖୁବଶୀଘ୍ର ଡିଫେନ୍ସ ଏକ୍ସପୋରେ ଏହି ବୋଟର ପ୍ରଦର୍ଶନ ହେବ । ଜଳପଥରେ ବେଆଇନ୍ ଗତିବିଧି ଦିନକୁ ଦିନ ବଢୁଥିବା ବେଳେ ଏହି ବୋଟ୍ ବେଶ ସହାୟକ ହେବ ।