କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପରୀକ୍ଷଣ କଲା ଡିଆରଡିଓ
1 min readବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)କୁ ଆଉ ଏକ ସଫଳତା ମିଳିଛି । ଓଡ଼଼ିଶା ଉପକୂଳର ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR)ର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଆଶା ଅନୁସାରେ, ସବସିଷ୍ଟମ, ବୁଷ୍ଟର ମୋଟର, ନଜଲ-ଲେସ୍ ମୋଟର କାର୍ଯ୍ୟ କରିଛି । ଡିଆଡିଓର ମିସାଇଲ୍ ଟେଷ୍ଟରେ କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟ ଭଳି ନୂଆ କୌଶଳ କାମ କରିଛି ।
କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପ୍ରଦର୍ଶନ ଡିଆରଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି । ଏହା ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ଟେଷ୍ଟ ସମୟରେ ମିସାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା । ସେହିଭଳି ଭାବେ ନଜଲ-ଲେସ୍ ବୁଷ୍ଟରରେ ରାମଜେଟ୍ ପରୀକ୍ଷଣ ନମ୍ବର ମ୍ୟାଚ୍ କରାଯାଇଥିଲା ।
DRDO successfully conducted flight test of Solid Fuel Ducted Ramjet (SFDR) Technology today at around 1030 hrs from ITR Chandipur. All the subsystems including the ground booster motor performed as per expectation. #AtmaNirbharBharat@SpokespersonMoD @adgpi @rajnathsingh pic.twitter.com/japob7kI8t
— DRDO (@DRDO_India) March 5, 2021
ମିସାଇଲର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆରର ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା । ପରୀକ୍ଷଣକୁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ଡିଆରଡିଏଲ୍, ଆରସିଆଇ ଏବଂ ଏଚଇଏମ୍ଆରଏଲ୍ ତତ୍ତ୍ୱାବଧାନରେ କରାଯାଇଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ, ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।