୨ଦିନ ମଧ୍ୟରେ ଟିକା ନ ଦେଲେ ରାଜ୍ୟରେ ବନ୍ଦ ହେବ ଟିକାକରଣ

ଭୁବନେଶ୍ୱର:  ରାଜ୍ୟରେ ବନ୍ଦ ହୋଇପାରେ ଟିକାକରଣ । ୨ ଦିନ ମଧ୍ୟରେ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଟିକା ନଦେଲେ ରାଜ୍ୟରେ ଟିକାକରଣ ବନ୍ଦ ହେବ । ଆବଶ୍ୟକୀୟ ଟିକା କେନ୍ଦ୍ର ଦେଉନାହିଁ । ଫଳରେ ରାଜ୍ୟରେ ୧୫ଶହ ଟିକା କେନ୍ଦ୍ର ମଧ୍ୟରୁ ୪ଶହ ଟିକାକେନ୍ଦ୍ର ବନ୍ଦ ହେଲାଣି । ବର୍ତ୍ତମାନ ୧୧୦୩ଟି ଟିକାକରଣ କେନ୍ଦ୍ରରେ ଚାଲିଛି ଭ୍ୟାକ୍ସିନେସନ ।  ପ୍ରତିଦିନ ୨ ଲକ୍ଷ ଟିକାକରଣ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ଟିକା ଦେଉନି । ରାଜ୍ୟ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖି ଦାବି କରିଥିବା ବେଳେ ବର୍ତ୍ତମାନ ୧ଲକ୍ଷ ୭୩ ହଜାର ଟିକା ମହଜୁଦ ଅଛି । କାଲି ଆସିଥିଲା ୩ ଲକ୍ଷ ୩୯ ହଜାର ଟିକା , ତାକୁ ବାଣ୍ଟି ଦିଆଯାଇଛି । ଧାର୍ଯ୍ୟ ଲକ୍ଷ ପୂରଣ ହେଉନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ

Leave a Reply