କାମରେ ଆସିଲା ବନ୍ଧୁତା, ଆମେରିକାରୁ ଭାରତ ଆସୁଛି ୨୦୦ ଭେଣ୍ଟିଲେଟର

1 min read

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୮୩ ହଜାର ପାର କରିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୦୩ ରହିଛି । ଭାରତରେ ମୃତ୍ୟୁ ସଂଖ୍ୟା ୨ ହଜାର ୬୪୯ ରହିଛି । ଚୀନର ମୃତ୍ୟୁ ସଂଖ୍ୟା ୪ ହଜାର ୬୩୩ ରହିଛି । ଭାରତରେ ଏବେ ୫୨ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ତେବେ ଏଭଳି ସମୟରେ ଏକ ଆଶ୍ୱସ୍ତିର ଖବର ଆସିଛି । ଭାରତୀୟ ସମୟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଆମେରିକା ଭାରତକୁ ଭେଣ୍ଟିଲେଟର ଦାନ କରିବ । ଏହା ପୂର୍ବରୁ ଭାରତ, ଟ୍ରମ୍ପଙ୍କ ଅନୁପରୋଧ କ୍ରମେ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ୍ ଟାବଲେଟ ଦେଇଥିଲା । ଭାରତକୁ ସହଯୋଗର ହାତ ବଢାଇଛନ୍ତି ଆମେରିକାର ରାଷ୍ଟ୍ରପତି ।

ଏହି ମହାମାରୀ ସମୟରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଟ୍ରମ୍ପ । ତେବେ ଏହି ଘୋଣଣା ପରେ ଟ୍ରମ୍ପଙ୍କୁ ଅନେକ ପ୍ରଶ୍ନ ମଧ୍ୟ ସାମ୍ନା କରିବାକୁ ପଡିଛି । ଏହି ଟ୍ୱିଟ୍ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁଜର୍ସମାନେ ଅନେକ ପ୍ରଶ୍ନ କରିଛନ୍ତି । ବିଷ୍ଣୁଜୀ ନାମକ ଜଣେ ଟ୍ୱିଟର ୟୁଜର ଟ୍ରମ୍ପଙ୍କୁ କରୋନା ଭାଇରସ ଯୋଗୁଁ ମୃତ୍ୟୁବରଣ କରିଥିବା ୮୮ ହଜାର ୨୮୦ ଆମେରିକୀୟଙ୍କ ଜୀବନ ଫେରାଇ ଆଣିବାକୁ କହିଛନ୍ତି । ଅପରପକ୍ଷରେ ଆଉ ଜଣେ ଲେଖିଛନ୍ତି ଯେ, ଏବେ ଆମେରିକାର ଅର୍ଥନୀତି ଦୁର୍ବଳ ହୋଇପଡିଛି  ।

ଏହା ସହ ଚଳିତ ମାସରେ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ସଂଖ୍ୟା ଆଡକୁ ଆମେରିକା ଗତି କରୁଛି। ଏଭଳିକି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରେ ଜଣେ ତାଙ୍କୁ ମହାନ ବୋଲି ଲେଖିଛନ୍ତି । କିନ୍ତୁ ଭାଇରସ ଯୋଗୁଁ ୮୫୦୦୦ ଆମେରିକୀୟଙ୍କ ହତ୍ୟା ମାମଲାରେ ଟ୍ରମ୍ପ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ସୂଚନାଯୋଗ୍ୟ ଯେ, ଆମେରିକାରେ କରୋନା ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୮୮ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏଥି ସହିତ ୧୪ ଲକ୍ଷ ୭୦,୦୦୦ ରୁ ଅଧିକ ଲୋକେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ୨ ଲକ୍ଷ ୫୯ ହଜାର ଲୋକେ ମଧ୍ୟ ଆରୋଗ୍ୟ ହୋଇଛନ୍ତି ।

କରୋନା ଯୁଦ୍ଧରେ ଖୁସି ଖବର, ସଂକ୍ରମିତଙ୍କ ଉପରେ କାମ କରୁଛି ରେମଡେସିବିର !

Leave a Reply