ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ
ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ୟୁକ୍ରେନ ସହିତ ଆଗକୁ ଯୁଦ୍ଧକୁ ନବଢ଼ାଇବାକୁ ଅପିଲ କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ପୁଟିନଙ୍କ ସହିତ ଆଲୋଚନା ଏନେଇ ୱାଶିଂଟନ୍ ପୋଷ୍ଟ ରବିବାର ଦିନ ଖବର ପ୍ରକାଶ କରିଛି । ପୁଟିନଙ୍କୁ ୟୁରୋପରେ ଆମେରିକାର ସାମରିକ ଉପସ୍ଥିତି ବିଷୟରେ ସ୍ମରଣ କରାଇଛନ୍ତି ଟ୍ରମ୍ପ । ଏହା ସହି ସେ କହିଛନ୍ତି ଯେ ଶୀଘ୍ର ୟୁକ୍ରେନ ଯୁଦ୍ଧର ପରିସମାପ୍ତି ବିଷୟରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେ ଯୁଦ୍ଧର ଶୀଘ୍ର ସମାପ୍ତ କରିବାକୁ ପ୍ରୟାସ କରୁଛନ୍ତି । କ୍ଵିଭ୍ ପାଇଁ ୱାଶିଂଟନ୍ର ବହୁ ବିଲିୟନ ଡଲାର ସମର୍ଥନ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ବୁଧବାର ଟ୍ରମ୍ପଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବଲିଅନର ଏଲନ ମସ୍କ ମଧ୍ୟ ଯୋଗଦେଇଥିଲେ।