ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍

1 min read

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ସଂକ୍ରମଣ ବଢ଼ିଛି ଏବଂ ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩ ଯାଏଁ ଲକଡାଇନ ଅବଧିକୁ ବୃଦ୍ଧି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ସୂଚନା ବର୍ତ୍ତମାନ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଦ୍ୱାରା ପ୍ରଦାନ କରାଯାଇଛି।

ଏଥିସହିତ ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରିବାକୁ ନିର୍ଦ୍ଦେଶ ଜାରି କରିଛି।

୧. COVID-19 ଲକଡାଉନ୍ ପରେ ନିଆଯାଇଥିବା ପଦକ୍ଷେପଗୁଡିକର ଅବ୍ୟାହତି ଅନୁଯାୟୀ, ପ୍ରିମିୟମ୍ ଟ୍ରେନ୍, ମେଲ୍ / ଏକ୍ସପ୍ରେସ ଟ୍ରେନ୍, ଯାତ୍ରୀବାହୀ ଟ୍ରେନ୍, ଉପାନ୍ତ ସହର ଟ୍ରେନ୍, କୋଲକାତା ମେଟ୍ରୋ ରେଳ, କୋଙ୍କଣ ସମେତ ଭାରତୀୟ ରେଳବାଇରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥିଗିତ ହୋଇଛି । ରେଳ ଇତ୍ୟାଦି ୩ ମେ ପର୍ଯ୍ୟନ୍ତ ବାତିଲ୍ ରହିବ ।

୨. ଦେଶର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ସୁନିଶ୍ଚିତ କରିବା ପାଇଁ ସାମଗ୍ରୀ ଏବଂ ପାର୍ସଲ ଟ୍ରେନର ଚଳାଚଳ ଜାରି ରହିବ ।

୩. ଯେଉଁମାନେ ଯାତ୍ରା ପାଇଁ ଟିକେକ ବୁକିଂ କରିଥିଲେ ସେ ସମସ୍ତ ଯାତ୍ରୀଙ୍କ ଟିକେଟ୍ ବୁକିଂକୁ ବାତିଲ କରାଯାଇଛି ।

ରେଳ ଷ୍ଟେସନ ଏବଂ ରେଳ ଷ୍ଟେସନ ପରିସରରେ ସଂରକ୍ଷିତ / ଅଣସଂରକ୍ଷିତ ଯାତ୍ରା ପାଇଁ ରେଳ ଯାତ୍ରା ଟିକେଟ ବୁକିଂ ପାଇଁ ସମସ୍ତ କାଉଣ୍ଟର ୩ ମେ ପର୍ଯ୍ୟନ୍ତ ବନ୍ଦ ରହିବ ।

Leave a Reply